ଟାଟା ପାୱାର ହାତକୁ ଗଲା ସେସୁ, ନୂଆ କଂପାନି ପାଞ୍ଚ ବର୍ଷରେ ଖଟାଇବ ୧୫୪୧ କୋଟି

ଆଜି ଠାରୁ ସେଣ୍ଟ୍ରାଲ୍‌ ଇଲେକ୍‌ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପରିଚାଳନା ଟାଟା ପାୱାର କଂପାନି ଲିମିଟେଡ୍‌ (ଟିପିସିଏଲ୍‌) ହାତକୁ ଯାଇଛି । ଏହା ହେଉଛି ଟାଟା ପାୱାର ଏକ ସହଯୋଗୀ ସଂସ୍ଥା ଯାହାକୁ ସେସୁର ପରିଚାଳନା ପାଇଁ ଗଠନ କରାଯାଇଛି। ସେସୁରେ ଥିବା ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଅଂଶଧନ କିଣିବା ଲାଗି ଟାଟା ପାୱାର ୧୭୫ କୋଟି ଟଙ୍କା ଦେଇଛି। ଗତବର୍ଷ ଡିସେମ୍ବର ୧୨ରେ ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ କମିସନ (ଇଓଆର୍‌ସି) ଲେଟର ଅଫ୍ ଇଣ୍ଟେଣ୍ଟ୍‌ (ଏଲ୍‌ଆଇଓ) ଜାରି କରିଥିଲେ।

ଜଳ ସମସ୍ୟା ଦୂର ଲାଗି ଟୋଲ୍‌ ଫ୍ରି ନମ୍ବର

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମ ଏବଂ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେନେଇ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାନୀୟ ଜଳ ସମସ୍ୟା ସୃଷ୍ଟି ହେଲେ ଏହାକୁ ଦୂରକରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି।

୧୩ ପଇସା ଓ ୨୦ ପଇସା ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଖାଇବାକୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରାଥମିକ ବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ ପିଛା ଦିନକୁ ୪ ଟଙ୍କା ୮୦ ପଇସା ଦିଆଯାଉଥିଲା। ଏବେ ତାହାକୁ ୪ ଟଙ୍କା ୯୩ ପଇସାକୁ ବୃଦ୍ଧି କରାଯାଇଛି।

ଫେରିବ ମିଲେଟ- ସୁରେଶ ଚନ୍ଦ୍ର ବିଶାେୟୀ

ବିଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି କୃଷି, ଜଳବାୟୁ ପରିବର୍ତ୍ତନ ଓ ଚାଷୀଙ୍କ ଜୀବିକାକୁ ନିଶ୍ଚିତତା ପାଇଁ ଆଗକୁ ଆସିଛନ୍ତି ସୁରେଶ ଚନ୍ଦ୍ର ବିଶୋଇ । ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପ୍ରମୁଖ ସାମାଜିକ ସଂଗଠନ ସହିତ ଯୋଡ଼ି ହୋଇ ଏ ଦିଗରେ କାମ କରୁଥିବା ଶ୍ରୀଯୁକ୍ତ ବିଶୋୟୀ ସଂପ୍ରତି ନିର୍ମାଣ ନାମକ ଏକ ସଂଗଠନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ । ନିର୍ମାଣ ଏକ ତୃଣମୂଳ ସ୍ତରୀୟ ସାମାଜିକ ସଂଗଠନ ଯାହାକି ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ସୁସ୍ଥାୟୀ କୃଷି ପ୍ରଣାଳୀକୁ ଫୋକସ କରିଥାଏ । ବିକାଶ ଖବର ସହିତ ଶ୍ରୀଯୁକ୍ତ ବିଶୋୟୀଙ୍କ ସାକ୍ଷାତାକାରର ସଂକ୍ଷିପ୍ତ ଓ ସଂପାଦିତ ଅଂଶ ଉପସ୍ଥାପିତ କରାଗଲା ।

ଆଦିମ ଜନଜାତିଙ୍କୁ ନେଇ ଅଧିକ ଗବେଷଣା ହେବା ଉଚିତ- ଡକ୍ଟର ମିହିର ଜେନା

ଅନୁସୂଚିତ ଜନଜାତିର ଗବେଷକ ଭାବେ ଡକ୍ଟର ମିହିର ଜେନା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିୟମଗିରି ପର୍ବତମାଳାର ମୂଳ ବାସିନ୍ଦା ଡଙ୍ଗରିଆ ଜନଜାତିଙ୍କୁ ନେଇ ତାଙ୍କର ରହିଛି ଏକ ସୁଦୀର୍ଘ ଅନୁଭବ । ଡଙ୍ଗରିଆ ଜନଜାତିଙ୍କୁ ନେଇ ସେ ଲେଖିଛନ୍ତି ଦୁଇଟି ଗବେଷଣା ଲବ୍ଧ ପୁସ୍ତକ । ସଂପ୍ରତି ଶ୍ରୀ ଜେନା ଭୁବନେଶ୍ୱର ସିଆର୍ ପି ଛକ ନିକଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନର ରିସର୍ଚ୍ଚ କନସଲଟାଣ୍ଟ ଭାବେ ନିୟୋଜିତ । ଓଡ଼ିଶାର ୧୩ଟି ବିପଦସଙ୍କୁଳ ଆଦିମ ଜନଜାତିଙ୍କୁ ଅତି ପାଖରୁ ଦେଖିଥିବା ଡକ୍ଟର ଜେନାଙ୍କୁ ଭେଟିଥିଲେ ଆମ ବିକାଶ ଖବରର ପ୍ରତିନିଧି ।

କୁକୁଡ଼ା ପାଳନକୁ ଲାଭଦାୟକ କରିହେବ – ସମରେନ୍ଦ୍ର

ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ହେଉଛନ୍ତି ସମରେନ୍ଦ୍ର ମିଶ୍ର । ୨୦୦୧ରେ ସେ ନିଜ ଉଦ୍ୟମରେ ଓଭୋ ଫାର୍ମ ପ୍ରତିଷ୍ଠା କରି ଅର୍ଜିଛନ୍ତି ସଫଳତା । ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଫାର୍ମରୁ ଉପାର୍ଜନ କରୁଛନ୍ତି ଦୈନିକ ୧୦ ଲକ୍ଷ ଅଣ୍ଡା । ସାରା ଏସିଆ ମହାଦେଶରେ ସ୍ୱୟଂକ୍ରିୟ ଫାର୍ମର ମାନ୍ୟତା ପାଇଥିବା ଓଭୋ ଫାର୍ମର ମାଲିକ ସମରେନ୍ଦ୍ରଙ୍କ ସହ ଆମର ଆଳାପ । ସମରେନ୍ଦ୍ର କହନ୍ତି କୁକୁଡ଼ା ପାଳନକୁ ଲାଭଜନକ କରିହେବ ।


First Previous
1
Next Last Page 1 of 1

Recent Post