Bikash Khabar
ମୋଦି ଉନ୍ମୋଚନ କଲେ ଋଣ ପୋର୍ଟାଲ, ୫୯ ମିନିଟରେ ମିଳିବ ୧କୋଟିର ଋଣ

କେନ୍ଦ୍ର ସରକାର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଆର୍ଥିକ ସଙ୍କଟରୁ ଏହାକୁ ମୁକ୍ତି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏକ ଋଣ ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଦିଲ୍ଲୀର ବିଜ୍ଞାନ ଭବନଠାରେ ଏ ସଂପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ଶକ୍ତିଶାଳୀ କରିବା ଲାଗି ୧୨ଟି ଯୋଜନା ଘୋଷଣା କରିଛନ୍ତି । ଏହାକୁ ଦୀପାବଳୀ ଉପହାର ବୋଲି କହିଛନ୍ତି ମୋଦି । 

ଏହି ନୀତି ଗୁଡ଼ିକ ଯୋଗୁଁ ଏମଏସଏମଇ ଉଦ୍ୟୋଗକୁ ପୁଞ୍ଜି ପହଂଚିବ । ସରକାର ୭୨ ହଜାର ଉଦ୍ୟୋଗକୁ ନମୁନା ଭିତ୍ତିରେ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ କିନ୍ତୁ ଅଦ୍ୟାବଧି ୭୨,୬୮୦ ଉଦ୍ୟୋଗ ଋଣ ପାଇଛନ୍ତି ।
ଦେଶରେ ଏବେ ୬.୩ କୋଟିରୁ ଅଧିକ ଏଭଳି ଉଦ୍ୟୋଗ ଏବଂ ଏଥିରେ ୧୧.୧ କୋଟି ଲୋକ ନିଯୁକ୍ତି ପାଇଛନ୍ତି । ଦେଶର ଜିଡ଼ିପିରେ ଏମଏସଏମଇର ଯୋଗଦାନ ୩୦ ପ୍ରତିଶତ ।
ଜଣେ ଉଦ୍ୟୋଗୀ ତାଙ୍କ ବାସଭବନରୁ ଅଫିସ ଯିବା ପାଇଁ ଯେତିକି ସମୟ ଲାଗିଥାଏ ତା ଠାରୁ କମ୍ ସମୟ ମଧ୍ୟରେ ଜଣଙ୍କୁ ଋଣ ମଞ୍ଜୁର କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । 
 

03/11/2018

Leave a Reply

Your email address will not be published. Required fields are marked *

Comments