Bikash Khabar
ଭୁବନେଶ୍ୱରରେ ଆରମ୍ଭ ହେଲା ୧୦ ଦିନିଆ ଗୋଆ ଖାଦ୍ୟ ମେଳା

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ରହି ଆପଣ ସୁଦୂର ଗୋଆର ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା ନେଇପାରିବେ । ଏଭଳି ଏକ ସୁଯୋଗ ଆଣିଦେଇଛି ଗୋଆ ଫୁଡ଼ ଫେଷ୍ଟିଭାଲ । ହୋଟେଲ ସ୍ୱସ୍ତି ଗ୍ରାଣ୍ଡର ଆକ୍ୱା ରେଷ୍ଟୁରାଣ୍ଟରେ ପହଂଚି ଆପଣ ବିଭିନ୍ନ ସାମୁଦ୍ରିକ ଖାଦ୍ୟର ମଜା ନେଇପାରିବେ । ପାରମ୍ପରିକ ଗୋଆ ଖାଦ୍ୟ ମଧ୍ୟ ଥାଳିରେ ରହିବ । ନଡ଼ିଆ ଏବଂ ବଟା ମସଲାରେ ପ୍ରସ୍ତୁତ ବିଭିନ୍ନ ଆମିଷ ଓ ନିରାମିଷ ଷ୍ଟାର୍ଟର ଯଥା କିଙ୍ଗ ଫିସ୍ ଫ୍ରାଏ, ଚିକେନ କାଫ୍ରିଲ, ଫ୍ରାଏଡ଼ ସ୍କ୍ୱିଡ଼ ଷ୍ଟଫଡ଼୍ ପମ୍ପ୍ରେଟ, ମସରୁମ କଟଲେଟ, କାଜୁ କୋଥିମ୍ବିରର ମଜା ଉଠାଇପାରିବେ । ମେଇନ ମେନ୍ୟୁରେ ପ୍ରନ ଗଲଚୁ, ମଟନ ଭିଣ୍ଡାଲୁ, ଫେନ୍ନା କଡ଼ି ଆଦି ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଉପଲବ୍ଧ ହେବ । ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହି ଖାଦ୍ୟ ମେଳାରେ ଗୋଆର ମହକ ମିଳିବ । 
 

15/09/2018

Leave a Reply

Your email address will not be published. Required fields are marked *

Comments