Bikash Khabar
ଗୋଟିଏ ଗୋଡ଼ରେ ଦୌଡ଼ିଲେ ୧୦ କିମି ମାରାଥନ୍, ପୁନେର ଜାଭେଦ ଲୋକଙ୍କ ପାଇଁ ପ୍ରେରଣା

ମହାରାଷ୍ଟ୍ର ପୁନେର ୨୪ ବର୍ଷ ବୟସ୍କ ଜାଭେଦ ଚୌଧୁରୀ ରବିବାର ୧୦ କିଲୋମିଟର ହାଫ୍ ମାରାଥନ୍ ଶେଷ କରିବା ପରେ ଖୁସିରେ ନାଚି ଉଠିଥିଲେ । ସେ ନାଚୁ ଥିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ପ୍ରକୃତ କଥା ହେଉଛି ଜାଭେଦ ଗତ ୩ ବର୍ଷ ତଳେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ । ତା ପରଠାରୁ ସେ ନିଜ ମନକୁ ଦୃଢ କରି ଆଗକୁ ବଢିଛନ୍ତି । ସେ ମାରାଥନରେ ଭାଗ ନେବା ସହ ସୁନ୍ଦର ଗିତାର ବଜାନ୍ତି । ନାଚରେ ବି ସେ ମାହିର ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ୧୦ କିମିର ଏକ ହାଫ୍ ମାରାଥନ୍ ଆୟୋଜିତ କରାଯାଇଥିଲା । ଏଥିରେ ଜାଭେଦ ଭାଗ ନେଇଥିଲେ । ଦୁର୍ଘଟଣାରେ ଗୋଡ଼ ହରାଇବା ପୂର୍ବରୁ ଜାଭେଦ ଜଣେ କୋରିଓ ଗ୍ରାଫର ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ । ଦୁର୍ଘଟଣା ପରେ ବି ସେ ଏହାକୁ ଜାରୀ ରଖିଛନ୍ତି । ଜାଭେଦ ନିଜେ ଜଣେ ଭଲ ଖେଳାଳୀ ମଧ୍ୟ । କିଛି ଦିନ ତଳେ ସେ ଇଣ୍ଟର ଷ୍ଟେଟ ହ୍ୱିଲ ଚେୟାର ବାସ୍କେଟବଲ ଟିମ୍ ଇଭେଣ୍ଟରେ ମେନ୍ ଅଫଦ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଛନ୍ତି । 
 

14/10/2018

Leave a Reply

Your email address will not be published. Required fields are marked *

Comments