Bikash Khabar
ଆଉ ୧୦ ଲକ୍ଷ ବଢିବ, କାଳିଆ ହିତାଧିକାରୀଙ୍କ ସଂଖ୍ୟା

କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୨ ଲକ୍ଷ ୧୮ ହଜାର ୫୦୪ ଚାଷୀ ସହାୟତା ପାଇଛନ୍ତି । ରାଜ୍ୟସରକାର ୫୦ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ୬୭ ଲକ୍ଷ ଚାଷୀ କାଳିଆ ସହାୟତା ପାଇଁ ଆବେଦନ କରିଥିଳେ । ରାଜ୍ୟ ସରକାର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ ପାଇଁ ବାରମ୍ବାର କହିଆସୁଥିବାବେଳେ ସହାୟତା ତାଲିକାରୁ ବହୁ ଚାଷୀ ବାଦ୍ ପଡ଼ିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ନିର୍ବାଚନ ପୂର୍ବରୁ କାଳିଆ ଯୋଜନା କାଳେ ବୁମେରାଂ ହେବ ବୋଲି ଆଶଙ୍କା କରି ଏବେ ରାଜ୍ୟସରକାର ଅଧିକ ୧୦ ଲକ୍ଷ ଚାଷୀ ଓ କୃଷି ଶ୍ରମିକଙ୍କ ପରିବାରକୁ କାଳିଆ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସଚ୍ଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ଏହି ଯୋଜନାରୁ ବାଦ୍ ପଡ଼ିବେ ନାହିଁ ତାକୁ ଦୃଷ୍ଟିରେ ରଖି ଅଧିକ ୧୦ ଲକ୍ଷ ହିତାଧିକାରୀଙ୍କୁ ସହାୟତା ଦେବା ନିଷ୍ପତ୍ତି ନିଆଯାଇଛି । କାଳିଆ ଯୋଜନା ମାଧ୍ୟମରେ ଚାଷ ପାଇଁ କୃଷି ସାମଗ୍ରୀ କିଣିବାକୁ ଅକ୍ଷୟ ତୃତୀୟା ଓ ନୁଆଖାଇରେ ସହାୟତା ରାଶି ପ୍ରଦାନ ପାଇଁ ଆଗରୁ ଯେଉଁ ନିଷ୍ପତ୍ତିି ନିଆଯାଇଥିଲା ତାହାକୁ ପରିବର୍ତ୍ତନ କରାଯାଇଛି । ଏପ୍ରିଲ ୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖରେ ଏହି ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

27/02/2019

Leave a Reply

Your email address will not be published. Required fields are marked *

Comments