Bikash Khabar
ରାଜଧାନୀରେ ହେବ ଆଉ ୧୦ ପାଣି ଏଟିଏମ୍

ରାଜଧାନୀ ଭୁବନେଶ୍ୱରରେ ହେବ ଆଉ ୧୦ଟି ପାଣି ଏଟିଏମ୍ । ଜନପଥ, ସଚ୍ଚିବାଳୟମାର୍ଗ ଏବଂ ବିଦ୍ୟୁତ ମାର୍ଗରେ ଏହି ୧୦ଟି ଯାକ ଏଟିଏମ୍ ଲାଗିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ଏହି ତିନିଟି ପ୍ରମୁଖ ରାସ୍ତାରେ ବିଭିନ୍ନ ସରକାରୀ ଓ ବେସରକାରୀ ରାସ୍ତା ଅଛି । ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ରହିଛି । ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ତଥା ଶ୍ରମିକମାନେ ଏହି ଏଟିଏମରୁ ପାଣି ବ୍ୟବହାର କରିବେ । ଏହି ନୁଆ ଏଟିଏମ୍ ଗୁଡ଼ିକରେ କଏନ ପକାଇଲେ କିମ୍ବା କାର୍ଡ଼ ସ୍ୱାଇପ୍ କଲେ ଥଣ୍ଡାପାଣି ବାହାରିବ । ବିଶ୍ୱକପ୍ ହକିକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ହୋଇଛି ।
ଏହି ପାଣି ଏଟିଏମ୍ ଗୁଡ଼ିକ ବିଜୁଳି ଓ ସୌରଶକ୍ତି ଉଭୟ ଦ୍ୱାରା ଚାଲିବା ଭଳି ବ୍ୟବସ୍ଥା ରହିବ । ପ୍ରତ୍ୟେକ ପାଣି ଏଟିଏମରେ ଏକ ସଙ୍ଗ ହଜାରେ ଲିଟର ପାଣି ରହିବ । ଗୋଟିଏ ଥରରେ ୬୦ ଲିଟର ଥଣ୍ଡା ପାଣି ସଂରକ୍ଷିତ ରହିବାର ବ୍ୟବସ୍ଥା ରହିବ । ଗୋଟିଏ ଥରରେ ୩୦୦ ମିଲିଲିଟରରୁ ୨୦ ଲିଟର ପର୍ଯ୍ୟନ୍ତ ପାଣି ବାହାରିବ । ସର୍ବାଧିକ ୨୦ ଡ଼ିଗ୍ରୀ ପର୍ଯ୍ୟନ୍ତ ପାଣି ରହିବ । ଏଟିଏମରୁ ପାଣି ସରିଯିବା ମାତ୍ରେ କଣ୍ଟ୍ରୋଲ ରୁମକୁ ମେସେଜ ଯିବ । 
 

17/09/2018

Leave a Reply

Your email address will not be published. Required fields are marked *

Comments