Bikash Khabar
ଭାରତ ପାଖରେ ରହିଛି ପାକ ଠାରୁ ୧୦ ଗୁଣା ସୁନା

ପାକିସ୍ଥାନ ନିକଟରେ ଥିବା ସୁନାର ପରିମାଣ ଯାହା ତାହା ଠାରୁ ୧୦ ଗୁଣା ଅଧିକ ସୁନା ଭାରତ ନିକଟରେ ମହଜୁଦ ରହିଛି । ଭାରତ ପାଖରେ ଏବେ ମୋଟ ୬୦୭ ଟନ୍ ସୁନା ଥିବା ଜଣାଯାଇଛି । ସୁନା ବ୍ୟବହାର କରିବାରେ ଭାରତ ଏକ ନମ୍ବର ସ୍ଥାନରେ ଥିବାବେଳେ ଏହାର ସୁନା ଭଣ୍ଡାର ହେଉଛି ବିଶ୍ୱର ୧୧ ତମ ବଡ଼ ଭଣ୍ଡାର । ପାକିସ୍ଥାନ ନିକଟରେ ୬୪.୬ ଟନ୍ ସୁନା ଥିବା ବିଶ୍ୱ ସୁନା ପରିଷଦ ପକ୍ଷରୁ ଜାରୀ କରାଯାଇଥିବା ଏକ ରିପୋର୍ଟରୁ  ଜଣାପଡ଼ିଛି ।

ଚୀନ ପାଖରେ ବିପୁଳ ପରିମାଣର ସୁନା ରହିଛି । ବିଗତ ୪ ମାସ ଭିତରେ ଏହାର ସୁନା ଭଣ୍ଡାରରେ ୬୦-୬୨ ଟନ୍ ସୁନା ଭର୍ତି କରିଛି । ଆମେରିକା ପାଖରେ ସର୍ବାଧିକ ୮୧୩୩ ଟନ୍ ସୁନା ରହିଛି । ଜର୍ମାନୀ ୩୩୭୦ ଟନ୍ ସୁନା ରଖି ତାଲିକାର ଦ୍ୱିତୀୟୟ ସ୍ଥାନରେ ରହିଛି ।

09/04/2019

Leave a Reply

Your email address will not be published. Required fields are marked *

Comments