Bikash Khabar
ଓଡ଼ିଶାର ୧୦ ଟି ପ୍ରକଳ୍ପକୁ କେଦ୍ର ସରକାରଙ୍କ ମଞ୍ଜୁରୀ

ଓଡ଼ିଶାରେ ହେବାକୁ ଥିବା ୧୦ଟି କୃଷି କୃଷକ କଲ୍ୟାଣ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ଅଧୀନରେ ଓଡିଶା ପାଇଁ ୨ଟି ଶୀତଳଭଣ୍ଡାର, ୨ଟି ମେଗା ଫୁଡ ପାର୍କ, ୨ଟି ୟୁନିଟ ଯୋଜନା ସମ୍ପର୍କିତ ପ୍ରକଳ୍ପ, ୨ଟି ବ୍ୟାକୱାର୍ଡ ଫରୱାର୍ଡ ଲିଙ୍କେଜ୍ ପ୍ରକଳ୍ପ ଏବଂ ୨ଟି ଖାଦ୍ୟ ପରୀକ୍ଷାଗାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ବୁଧବାର ଲୋକସଭାରେ କହିଛନ୍ତି ସେ କହିଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୧୦୦% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ସମଗ୍ର ଦେଶରେ ୩୧,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ଆକଳନ କରାଯାଉଛି।ଓଡ଼ିଶାରେ ଏହି ପ୍ରକଳ୍ପ ମାନ ରୂପାୟନ ହେଲେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଅନେକ ଲୋକଙ୍କ ଜୀବିକାକୁ ନିଶ୍ଚିତତା କରାଯାଇପାରିବ

27/06/2019

Leave a Reply

Your email address will not be published. Required fields are marked *

Comments