Bikash Khabar
ଭୁଲ ଆଧାର ନମ୍ବର ପାଇଁ ଦେବାକୁ ହେବ ୧୦ ହଜାର ଜରିମାନା

 କାର୍ ଘର କିଣିବା, ବିଦେଶ ଯାତ୍ରା କରିବା କିମ୍ବା ପୁଞ୍ଜିନିବେଶ  କରିବା ଭଳି ଅଧିକ ପରିମାଣର  ଅର୍ଥରାଶି କାରବାର କରିବା ସମୟରେ ପାନ୍ପରିବର୍ତ୍ତେ ଆଧାର ନମ୍ବର ଦେଇ ହେବ ବୋଲି କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ସତ କିନ୍ତୁ  ଏଥିରେ ଅଡୁଆ ମଧ୍ୟ  ରହିଛି। ଯଦି ଏସବୁ କାରବାର ସମୟରେ ଜଣେ ଭୁଲ୍ଆଧାର ନମ୍ବର ଦେଇ ଥାଆନ୍ତି, ସେଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ସମ୍ପୃକ୍ତ ଆଇନ୍ରେ ସଂଶୋଧନ ଏବଂ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପରେ ୨୦୧୯ ମସିହା ସେପ୍ଟେମ୍ବର ପହିଲାରୁ ଜରିମାନା ବ୍ୟବସ୍ଥା ଲାଗୁ କରାଯିବାର ସମ୍ଭାବନା ରହିଛି।ଯଦି ଜଣେ ଏକାଧିକ ଦଲିଲରେ ଭୁଲ୍ଆଧାର ନମ୍ବର ଦେଇଥାଆନ୍ତି, ତେବେ ପ୍ରତି ଦଲିଲ ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଅବଶ୍ୟ ଜରିମାନା ଆଦେଶ ଦିଆଯିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ କଥା ଜଣାଇ ଦିଆଯିବ ପାନ୍ବଦଳରେ ଆଧାର ବ୍ୟବହାର କରାଯାଇପାରିବ  ବୋଲି ଜୁଲାଇ ତାରିଖ ବଜେଟ୍ଉପସ୍ଥାପନା ସମୟରେ କୁହାଯାଇଥିଲା

14/07/2019

Leave a Reply

Your email address will not be published. Required fields are marked *

Comments