Bikash Khabar
ଯମୁନା ସଫେଇରେ ଲାଗିଛନ୍ତି ୧୦୦ ଖବର କାଗଜ ହକର

ଦିଲ୍ଲୀର ଯମୁନା ନଦୀର ପାଣି ବିଷାକ୍ତ ହୋଇପଡିଛି କଳା ରଙ୍ଗ ପଡ଼ିଯାଇଥିବା ଏହାର ପ୍ରଦୂଷିତ ପାଣିକୁ ପିଇବା ପାଇଁ ଅନୁପଯୋଗୀ ଘୋଷଣା କରାଯାଇଛି। କେବଳ ପିଇବା ନୁହେଁ, ଏହା ଗାଧୋଇବା ଉପଯୋଗୀ ବି ନୁହେଁ ବୋଲି ଘୋଷଣା ହୋଇଛି। କିନ୍ତୁ ଆଶା ହରାଇନାହାନ୍ତି କିଛି ଖବର କାଗଜ ହକର। ଭବିଷ୍ୟତରେ ଏହି ନଦୀର ପ୍ରଦୂଷିତ ବିଷାକ୍ତ ପାଣିକୁ ପିଇବା ଗାଧୋଇବା ଉପଯୋଗୀ କରିବା ପାଇଁ ୬୫ ବର୍ଷିଅ ଖବରକାଗଜ ହକର୍ଅଶୋକ ଉପାଧ୍ୟାୟ  ଦାୟିତ୍ୱ ବହନ କରିଥିବା ସୂଚନା ରହିଛି ଯମୁନା ନଦୀଙ୍କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅଶୋକ ପ୍ରତି ମାସର ଶେଷ ରବିବାର ନଦୀ କୂଳରେ ପହଞ୍ଚି ସଫେଇ କାର୍ଯ୍ୟ କରିଥାନ୍ତି। ତାଙ୍କୁ ତାଙ୍କର ଏହି କାମରେ  ୧୦୦ଟି ଖବରକାଗଜର ହକର୍ସାହାଯ୍ୟ କରିଥାନ୍ତି। ଅଶୋକ ତାଙ୍କର  ହକର ବନ୍ଧୁମାନେ  ଗତ ବର୍ଷ ଅକ୍ଟୋବରରେ ମା ଶ୍ରୀ ଯମୁନା ସେବା ସମିତିନାମରେ ଏକ ସ୍ୱେଚ୍ଛାସେବୀ ସଂଗଠନ  ଗଠନ କରିଥିଲେ। ଖାଲି ସେତିକି ନୁହେଁ, ନଦୀ କୂଳକୁ ସବୁଜିମା ମାୟା କରିବା ସହିତ କୁଲ କ୍ଷୟକୁ ରୋକିବା ପାଇଁ  ପାଇଁ ସେମାନେ ବ୍ୟାପକ  ଚାରା ରୋପଣ କରୁଥିବା ବି ଦେଖିବାକୁ ମିଳିଛି।ଅଶୋକ ତାଙ୍କର ବନ୍ଧୁମାନଙ୍କ ଏଭଳି ଉଦ୍ୟମ ଦେଖିବା ପରେ ସ୍ଥାନୀୟ ଲୋକମାନେ ଯମୁନା କୂଳକୁ ପ୍ରଦୂଷଣରୁ ମୂକ୍ତପାଇଁ ଛୋଟ ଛୋଟ ପ୍ରୟାସ ଆରମ୍ଭ କରିଛନ୍ତି

15/07/2019

Leave a Reply

Your email address will not be published. Required fields are marked *

Comments