Bikash Khabar
ନାଲକୋ ପକ୍ଷରୁ ୧୦୦୦ ଜରି ଗୋଟାଳିଙ୍କୁ ସ୍ୱାସ୍ଥ୍ୟକର ଉପକରଣ

ନାଲକୋ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିର ଜରି ଗୋଟାଳିଙ୍କୁ ଚିହ୍ନଟ କରି ହାଇଜିନିକ କିଟ୍ ପ୍ରଦାନ କରାଯାଇଛି । ସମଗ୍ର ଦେଶରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନାଲକୋ ଜଗନ୍ନାଥ ଲେପ୍ରସି ବସ୍ତି, କାରଗିଲ ବସ୍ତି, ପୋଖରୀପୁଟ, ନିଳାଦ୍ରୀ ବିହାର, ଡ଼ମଣା, ଇଶାନେଶ୍ୱର ବସ୍ତିର ଜରି ଗୋଟାଳିଙ୍କୁ ଗ୍ଲୋବସ, ଟି-ସାର୍ଟ, ମାସ୍କ, ଜୈବିକ ସାବୁନ ଆଦି ସ୍ୱାସ୍ଥ୍ୟକର ଉପକରଣ ପ୍ରଦାନ କରିଥିଲେ ।
ନାଲକୋ ଅଧ୍ୟକ୍ଷ ଡ଼ ତପନ ଚାନ୍ଦ ଏହି ଉପକରଣ ବାଣ୍ଟି ଜରିଗୋଟାଳି ମାନଙ୍କୁ ସ୍ୱଚ୍ଛ ଭାରତର ସେନାନୀ ବୋଲି ସୂଚାଇଥିଲେ । ସହରର ପରିଚ୍ଛନ୍ନତା ଦିଗରେ ଜରି ଗୋଟାଳିଙ୍କ ଭୂମିକାକୁ ଅସ୍ୱିକାର କରିଦେଇ ହେବ ନାହିଁ ବୋଲି ଚାନ୍ଦ ସୂଚାଇଥିଲେ । ନାଲକୋ ଓ ସେବା ପ୍ରୟାସ ଫାଉଣ୍ଡେସନ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କମ୍ପାନୀ ପକ୍ଷରୁ ଅନଲାଇନ ଅଭିଯାନ ସ୍ୱଚ୍ଛାଥନ୍ ଆରମ୍ଭ ହୋଇଥିବାବେଳେ ୫ ଲକ୍ଷ କପଡ଼ା ବ୍ୟାଗ ବିତରଣ କରିବାର ଯୋଜନା ଥିବା କୁହାଯାଇଥିଲା । 
 

28/10/2018

Leave a Reply

Your email address will not be published. Required fields are marked *

Comments