Bikash Khabar
ନିଜ ନିର୍ବାଚନ ମଣ୍ଡଳୀର ୧୦୫ ଗାଁରେ ନାହିଁ ପକ୍କା ରାସ୍ତା,ବିଧାୟକଙ୍କୁ ଧରିବାକୁ ପଡୁଛି କୋଦାଳ

 ଡାବୁଙ୍ଗା  ବିଧାୟକ  ମନୋହର ରନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିବା ବେଳେ ମାଟି କାଦୁଅ ରାସ୍ତାରେ ହଟହଟା ହୋଇଛନ୍ତି ପାପଡାହାଣ୍ଡି ବ୍ଲକ କଂଟାସରରୁ ଜବାଗୁଡାର  କାଦୁଅ ରାସ୍ତାରେ ତାଙ୍କ ଗାଡି ଫସିଯାଇଥିଲା ଯେତେ ଚେଷ୍ଟା କଲେ ବି ଏହି ରାସ୍ତାରେ ଗାଡି ଯିବା ସମ୍ଭବ ହୋଇନଥିଲା ଫଳରେ ବିଧାୟକ ନିଜେ ହାତରେ କୋଦାଳ ଧରି ରାସ୍ତାକୁ ଯାତାୟତ ଉପଯୋଗୀ କରିବା ପାଇଁ ସଡ଼କ ଉପରକୁ ଓଲ୍ହାଇ ଥିଲେ। ନିକଟରେ ଥିବା ମୋରମ ଆଣି ବିଧାୟକ ନିଜେ ରାସ୍ତାକୁ ସମତୁଲ କରିବାକୁ ଲାଗିଥିଲେ   ରାସ୍ତା ମରାମତି କାମ ସରିବା  ପରେ ମହିଳା ଶ୍ରମିକଙ୍କୁ ଭେଟିଥିଲେ ବିଧାୟକ ରନ୍ଧାରୀ ସୂଚନା ଅନୁସାରେ ଡାବୁର୍ଗା ନିର୍ବାଚନ ମଣ୍ଡଳୀର ୧୦୫ଟି ଗାଁରେ ପକ୍କା ରାସ୍ତା ନାହଁ ବିଶେଷ ଭାବରେ ମୈଦଲପୁର ପଂଚାୟତର ୨୦ଟି ଗାଆଁକୁ ଆଦୌ  ରାସ୍ତା ନଥିବା ତାଙ୍କ ନଜରକୁ ଆସିଛି ବର୍ଷାଦିନେ ଲୋକେ ନାହଁ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ସମସ୍ତ ଗାଁକୁ ସଡ଼କ,ବିଜୁଳି ପାଣି ଯୋଗାଇବାର ପ୍ରତିଶ୍ରୁତି ନବୀନ ସରକାରଙ୍କ ପାଣିରେ ଗାଁର ହୋଇଥିବା ବେଳେ ନିଜ ଦଳର ବିଧାୟକ ଙ୍କ ଶ୍ରମଦାନ ରେ ସଡ଼କ ମରାମତି ଗ୍ରାମୀଣ ନବରଙ୍ଗପୁର ଅସଲ ଚିତ୍ର ସାମ୍ନା କୁ ଆଣିଛି ବର୍ଷା ଦିନେ ଯାତାୟାତ ବ୍ୟବସ୍ଥା ଠପହୋଇ ଯାଉଥିବାରୁ ଗର୍ଭବତୀ ମହିଳା,ବୟସ୍କ ଅସୁସ୍ଥ ଅନ୍ୟାନ ରୋଗୀଙ୍କୁ ମେଡ଼ିକାଲରେପହଂଚାଇବା କଷ୍ଟକର ହେଉଛି ବୋଲି ଅଭିଯୋଗ ହେଉଛି

21/07/2019

Leave a Reply

Your email address will not be published. Required fields are marked *

Comments