Bikash Khabar
ପ୍ରକାଶ ପାଇଲା ହାଇସ୍କୁଲ ପରୀକ୍ଷା ଫଳ, ୭୦.୭୮ % ଛାତ୍ରଛାତ୍ରୀ ପାସ୍

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର  ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ପାସ୍ ହାର ୭୦.୭୮  % ଥିବା ଜଣାଯାଇଛି।

 ଦିନ  ୧୧ଟାରେ ପରୀକ୍ଷା ଫଳ ବୋର୍ଡ ୱେବ ସାଇଟ  www.bseodisha.ac.in/www.bseodisha.nic.inରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ପିଲାମାନେ ମୋବାଇଲରେ OR10<Roll No> ଟାଇପ୍ କରି 5676750 ନମ୍ବରକୁ SMS କଲେ ପରୀକ୍ଷା ଫଳ ଜାଣିପାରିବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି।ତେବେ ଛାତ୍ରଛାତ୍ରୀ, ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପରୀକ୍ଷା ଫଳ ସଂକ୍ରାନ୍ତୀୟ କୌଣସି ସୂଚନା ପାଇବା ବା ସନ୍ଦେହ ଦୂର ପାଇଁ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆସନ୍ତାକାଲିଠାରୁ ସାତ ଦିନ ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ। ସେମାନେ ବୋର୍ଡ କାର୍ଯ୍ୟାଳୟ 0671-2412059/0671-2412060 କୁ ଫୋନ କରି ପରୀକ୍ଷା ଫଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ପାଇ ପାରିବେ। ସେହିପରି ଆସନ୍ତାକାଲି ଅପରାହ୍ଣରେ ଓଏମ୍ଆର୍ ଉତ୍ତର ସିଟ୍ ମଧ୍ୟ ବୋର୍ଡ ୱେବ୍ସାଇଟରେ ଛଡାଯିବ। ପରୀକ୍ଷାର୍ଥୀ ଡାଉନଲୋଡ୍ କରି ଏହାକୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି।

21/05/2019

Leave a Reply

Your email address will not be published. Required fields are marked *

Comments