Bikash Khabar
୧୧ ଚାଷୀ ପାଇଲେ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ

କୋରାପୁଟର ସଦାଶିବ ମାଝୀ ତିଆରି କରିଛନ୍ତି ଧାନ ତଳି ପ୍ରତିରୋପଣ ମେସିନ । ଏଥିରେ ସହଜରେ ଧାନ ତଳି ରୋପିତ ହୋଇପାରୁଛି । ସେହିପରି ଭାରତ ଚନ୍ଦ୍ର ରାଉତ ତିଆରି କରିଛନ୍ତି ମିନି ଡ଼ାଲି ମିଲ । ଏହା ପାହାଡ଼ି ଅଂଚଳର ଚାଷୀମାନଙ୍କ ଅମଳକୁ ମୂଲ୍ୟଯୋଗ କରିପାରିବ । ସେହିପରି ରାଜେଶ ସାହୁ ତିଆରି କରିଛନ୍ତି ପୋଲାଙ୍ଗରୁ ମଞ୍ଜି ବାହାର କରିପାରୁଥିବା ମେସିନ । ଟିକମ ପାଙ୍ଗି ତିଆରି କରିଛନ୍ତି ଶସ୍ୟ ସଫା ମେସିନ । ଏହିଭଳି ନୁଆ ନୁଆ କୃଷି ଯନ୍ତ୍ରପାତି ଉଭାବନକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନରେ ସମ୍ମାନିତ କରାଯାଇଛି ।

ଚାଷ କାର୍ଯ୍ୟକୁ ଆହୁରି ସହଜ କରିବା କରି ଛୋଟ ଛୋଟ କୃଷି ଯନ୍ତ୍ରପାତି ପ୍ରସ୍ତୁତ କରିଥିବା ଏଭଳି ରାଜ୍ୟର ୧୧ ଜଣ ଚାଷୀଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ନିଜର ଆବଶ୍ୟକତା ତଥା ସୀମିତ ଜ୍ଞାନକୌଶଳ ଉପଯୋଗରେ ଏମାନେ ତିଆରି କରିଥିବା ଯନ୍ତ୍ରପାତି ଚାଷୀମାନଙ୍କୁ ବେଶ ସହାୟକ ହେବ ବୋଲି କୃଷିମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି । କୃଷି ଭବନରେ ଆୟୋଜିତ ଉତ୍ସବରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ବାବଦକୁ ଦୁଇ ଲକ୍ଷ, ଦେଢ ଲକ୍ଷ ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପାଇଁ ୩୦ ଜିଲ୍ଲାରୁ ୨ ହଜାରରୁ ଅଧିକ ଚାଷୀ ଉଭାବକ ଆବେଦନ କରିଥିଲେ । ବଡ଼ ବଡ଼ ସଂସ୍ଥାମାନେ ଯେଉଁ କାମ କରିପାରିନାହାନ୍ତି ଛୋଟ ଛୋଟ ଚାଷୀମାନେ ତାହା ସଫଳ ଭାବେ କରିପାରିଥିବା କୁହାଯାଇଥିଲା ।

25/02/2019

Leave a Reply

Your email address will not be published. Required fields are marked *

Comments