Bikash Khabar
ମିଳିବ ବିପର୍ଯ୍ୟୟ ପ୍ରାକ୍ ସୂଚନା, ଉପକୂଳ ଓଡ଼ିଶାରେ ୧୨୨ ସାଇରନ ଟାୱାର

ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଂଚଳରେ ଓ ସମୁଦ୍ର ଭିତରକୁ ଯାଉଥିବା ମତ୍ସ୍ୟଜୀବିଙ୍କ ଧନ ଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ବିଶ୍ୱବ୍ୟାଙ୍କ ସହାୟତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିିଳିତ ସହଯୋଗରେ ଉପକୂଳ ଓଡ଼ିଶାରେ ୧୨୨ଟି ସାଇରନ ଟାୱାର ସ୍ଥାପନାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ବାତ୍ୟା, ସୁନାମୀ, ବଜ୍ରପାତ ପରି ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଲୋକଙ୍କୁ ଆଗୁଆ ସଚେତନ କରିବା ପାଇଁ ରାଜ୍ୟରେ ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ, ୧୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର, ୧୧୩ଟି ବହୁମୁଖୀ ଆଶ୍ରୟସ୍ଥଳୀ ଏହା ଅଧିନରେ ଆସୁଛି ।
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିନ୍ଦ୍ରମଣ୍ଡପଠାରେ ଆୟୋଜିତ ଏକ ସଭାରେ ୧୨୨ ସାଇରନ ଟାୱାର ଓ ଭଏସ ମେସେଜ ଓ ମୋବାଇଲି ମେସେଜ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି ।
ଯଦି ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଉପକୂଳକୁ ମୃତ୍ୟୁ ଶୂନ୍ୟ କରିପାରିବା ତେବେ ଏହାର ଶ୍ରେୟ ପ୍ରତ୍ୟେକ ବ୍ୟକ୍ତି ଓ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥାକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚାଇଥିଲେ । 
 

30/10/2018

Leave a Reply

Your email address will not be published. Required fields are marked *

Comments