Bikash Khabar
କେନ୍ଦ୍ରରୁ ମିଳିଲା ୧୨୬୧.୯୮ କୋଟି ହେବ ସୁବର୍ଣ୍ଣ ରେଖା ନଦୀରେ ବ୍ରିଜ, ୨୯ଟି ରାସ୍ତାର ପ୍ରଶସ୍ତିକରଣ

ରାସ୍ତାଘାଟର ବିକାଶ ପାଇଁ କେନ୍ଦ୍ର ସଡ଼କ ପାଣ୍ଠିରୁ ରାଜ୍ୟକୁ ୧୨୬୧ କୋଟି ୯୮ ଲକ୍ଷ ଟଙ୍କା ମଞ୍ଜୁର କରିଛି । ଏହି ଅର୍ଥରେ ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ ଉପରେ ପନ୍ତେଇ ବ୍ରିଜ ସମେତ ୨୯ଟି ସଡ଼କର ପ୍ରଶସ୍ତକରଣ ହେବ । ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ବାଦ ୧୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେଲେ ତାହା ରାଜ୍ୟସରକାର ନିଜସ୍ୱ ପାଣ୍ଠିରୁ ଭରଣା କରିବେ ବୋଲି ସର୍ତ୍ତ ରଖାଯାଇଛି ।

ବାଲେଶ୍ୱର ଜିଲ୍ଲାର ହଳଦୀପଦାରୁ ବାଲିଆପାଳ ପନ୍ତେଇ ଓ ଚନ୍ଦନେଶ୍ୱର ଦେଇ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମିତ ହେବାକୁ ଥିବା ବ୍ରିଜ ପାଇଁ ୧୮୯.୯୭ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା ରହିଛି । ସେହିଭଳି କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ଢେଙ୍କାନାଳ, ପୁରୀ, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ପ୍ରଶସ୍ତିକରଣ କରାଯିବ ।

03/03/2019

Leave a Reply

Your email address will not be published. Required fields are marked *

Comments