Bikash Khabar
ଆନ୍ଧ୍ରରେ ଭୋଟ ଦେଲେ ଓଡ଼ିଶାର ୧୩ ଗାଁ

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ପଂଚାୟତର ୧୩ ଖଣ୍ଡ ଗ୍ରାମର ଗ୍ରାମବାସୀ ଓଡ଼ିଶାରେ ଭୋଟ ନଦେଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଭୋଟ ଦେଇଛନ୍ତି । କୋଟିଆ ପଂଚାୟତର ୨୧ଟି ଗାଁକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗିଥିବାବେଳେ ସେଥିରୁ ୧୩ଟି ଗ୍ରାମବାସୀ ଆନ୍ଧ୍ର ପ୍ରଶାସନ ଦ୍ୱାରା ପରିଚାଳିତ ବୁଥରେ ଭୋଟ ଦାନ ଘଟଣା କୋରାପୁଟ ଜିଲ୍ଲା ପ୍ରଶାସନର ଦକ୍ଷତା ଓ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୨୯ଟି ରାଜସ୍ୱ ଗ୍ରାମକୁ ନେଇ କୋଟିଆ ଗଠିତ । ସେଥି ମଧ୍ୟରୁ ୨୧ଟି ଗ୍ରାମ ଉପରେ ଆନ୍ଧ୍ର ତାର ଲୋଲୁପ ଦୃଷ୍ଟି ପକାଇଛି । ଓଡ଼ିଶା ପ୍ରଶାସନ ଏହି ସବୁ ଗାଁରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କରୁଥିବାବେଳେ ଆନ୍ଧ୍ର ମଧ୍ୟ ୨୧ଟି ଗ୍ରାମକୁ ୩ଟି ପଂଚାୟତ କରି ବିଭିନ୍ନ ସେବା ଯୋଗାଉଛି । କୋଟିଆର ଗଞ୍ଜେଇ ପଦର, ଫାଟୁସିନେରୀ ଓ ନେରେଡ଼ିବାଲସା ଗ୍ରାମରେ ଲୋକଙ୍କୁ ପ୍ରଭାବିତ କରି ପଂଚାୟତ ପ୍ରତିନିଧି ମନୋନୀତ କରିବା ସହ ସେମାନଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରିଛି । ଦୀର୍ଘଦିନ ଧରି ବିବାଦ ଲାଗିଥିବାବେଳେ ଏବେ କୋଟିଆ ପଂଚାୟତର ଏହି ୧୩ ଗ୍ରାମର ଅଧିବାସୀମାନେ ଆନ୍ଧ୍ରରେ ଭୋଟ ଦାନ କରିବା ଘଟଣା ଓଡ଼ିଶା ସରକାରଙ୍କ ପାରିବାପଣିଆକୁ ଶକ୍ତ ଆଘାତ ଦେଇଛି ।

12/04/2019

Leave a Reply

Your email address will not be published. Required fields are marked *

Comments