Bikash Khabar
ରଚନା ଓ ମହାକାଶ ବିଜ୍ଞାନ ସମ୍ମିଳନୀ, ନାସା ଯିବେ ବାଲେଶ୍ୱରର ୧୩ ଛାତ୍ର ଛାତ୍ରୀ

ନାସା ପକ୍ଷରୁ ଆସନ୍ତା ୧୩ରୁ ୧୫ ତିନି ଦିନ ବ୍ୟାପୀ ମହାକାଶ ବିଜ୍ଞାନ ସଂପର୍କିତ ସମ୍ମିଳନୀ ଆୟୋଜିତ ହେଉଛି । ଏଥିରେ ଯୋଗ ଦେବା ପାଇଁ  ବାଲେଶ୍ୱର ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଏଭଳି ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ  ସାମିଲ ହେବାକୁ ସୁଯୋଗ ମିଳିଥିବାରୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଅଛନ୍ତି । ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୀକ୍ଷା ଗୁପ୍ତା, ନବମ ଶ୍ରେଣୀ ଛାତ୍ରୀ ଆସିଦି ବିଶ୍ୱାଳ, ଅଷ୍ଟମ ଶ୍ରେଣୀ ଛାତ୍ରୀ ବନଜା ବନଶ୍ରୀ, ଆୟୁଷ ଖଣ୍ଡେଲୱାଲ ଏବଂ କ୍ରିଷ୍ଣା ବେହେରା କୃତିତ୍ୱ ଅର୍ଜନ କରି ଅନ୍ତର୍ଜାତୀୟ ରଚନା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଛନ୍ତି । ୧୩ ଜଣ ଛାତ୍ରଛାତ୍ରୀଙ୍କ ସମେତ ଗ।।ଇଡ଼ ଶିକ୍ଷକ ଭାବେ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ଦାସ ଯାଉଛନ୍ତି ।

10/04/2019

Leave a Reply

Your email address will not be published. Required fields are marked *

Comments