ଜାପାନ ସରକାର ପୂର୍ବୋତ୍ତର ଭାରତ ରେ ବର୍ତ୍ତମାନ ଚାଲିଥିବା କିଛି ପ୍ରକଳ୍ପ ସମେତ କିଛି ନୂଆ ପ୍ରକଳ୍ପରେ ପୁଞ୍ଜି ନିବେଶ ପାଇଁ ଆଗେଇ ଆସିଛି ।ଜାପାନ ସରକାର ପୂର୍ବୋତ୍ତର ରାଜ୍ୟ ଗୁଡିକରେ ମୋଟ ୧୩ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯାଉଥିବାରୁ ଏହା ସମ୍ପୃକ୍ତ ଅଞ୍ଚଳ ପାଇଁ ଭଲଦିନ ଆଣି ଆସୁଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।ପୂର୍ବୋତ୍ତର ରାଜ୍ୟମନ୍ତ୍ରୀ ଡା ଜିତେନ୍ଦ୍ର ସିଂ ଙ୍କ ସହିତ ଜାପାନ ର ରାଷ୍ଟ୍ରଦୂତ କେନଝୀ ହୀରାମାତାସୁ ଙ୍କ ନେତୃତ୍ୱ ରେ ଏକ ଜାପାନୀ ପ୍ରତିନିଧି ମଣ୍ଡଳୀ ଙ୍କ ସହିତ ନୂଆଦିଲ୍ଲୀରେ ହୋଇଥିବା ଏକ ବୈଠକ ପରେ ଏହା କୁହାଯାଇଛି ।ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକରେ ଜାପାନ ସହାୟତା କରିବ ସେଠ ମଧ୍ୟରେ ଆସାମ ଗୁଆହାଟୀ ଜଳଯୋଗାଣ ପ୍ରକଳ୍ପ ଏବଂ ଗୁଆହାଟୀ ଜଳ ନିଷ୍କାସନ ବ୍ୟବସ୍ଥା ପରିଯୋଜନା ,ଆସାମ ଓ ମେଘାଳୟ ରେ ବିସ୍ତାରିତ ସଡକ ନେଟୱାର୍କ ସଂରକରେ ଉନ୍ନତି ପରିଯୋଜନା,ତ୍ରିପୁରା ବନପରିଚାଳନା ଯୋଜନା,ମିଜୋରାମ ରେ ଚିରନ୍ତନ କୃଷି,ଏବଂ ଜଳସେଚନ ପାଇଁ କୌଶଳ ସହଯୋଗ ପରିଯୋଜନା ,ନାଗାଲାଣ୍ଡ ରେ ଜଙ୍ଗଲ ପରିଯୋଜନା ଆଦି ସାମିଲ ହୋଇଛି ।ପୂର୍ବୋତ୍ତର ରାଜ୍ୟ ଗୁଡିକ ବର୍ଷ ବର୍ଷ ଧରି ଉପେକ୍ଷା ଓ ଅବହେଳିତ ହୋଇ ରହିଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋତ୍ତର ରାଜ୍ୟଗୁଡ଼ିକର ବିକାଶ ପାଇଁ ଏକ ଦୀର୍ଘସ୍ଵଉତ୍ରି ରୋଡମ୍ୟାପ ପ୍ରସ୍ତୁତ କରି ଆଗକୁ ବଢୁଛନ୍ତି।ଜଙ୍ଗଲ ପାହାଡ଼ ଘେରା ଏହି ସବୁ ରାଜ୍ୟରେ ସଡକ ନେଟୱାର୍କର ସୁଧାର,ଚିରନ୍ତନ କୃଷି,ଜୈବିକ କୃଷି,ଜଳସେଚନର ନିଶ୍ଚିତ ବ୍ୟବସ୍ଥା ହୋଇଗଲେ ଲୋକଙ୍କ ଜୀବନ ଓ ଜୀବିକାର ଉନ୍ନତି ଦୀର୍ଘକାଳଧାରୀ ମିଳିପାରିବ ବୋଲି ଚିନ୍ତାକରାଯାଇ ୱେବଳି ପରିଯୋଜନା ପ୍ରସ୍ତୁତ ହୋଇଛି ।
14/06/2019