Bikash Khabar
ଦେଶରେ ପ୍ରତିଷ୍ଠା ହେବ ୧୪ଟି ନିଯୁକ୍ତି ଜୋନ୍, ୩ବର୍ଷ ମଧ୍ୟରେ ୧ କୋଟିଙ୍କୁ କେନ୍ଦ୍ର ଦେବ ନିଯୁକ୍ତି ସୁଯୋଗ

ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ୧୪ଟି ଯାଗାରେ ସ୍ଥାପନ ହେବ ଜାତୀୟ ନିଯୁକ୍ତି ଜୋନ୍ । ଦେଶର ୧କୋଟି ଯୁବକ ଯୁବତୀଙ୍କ ନିଯୁକ୍ତି କ୍ଷେତ୍ରରେ ଏହି ଜୋନ୍ କ୍ରିୟାଶୀଳ ଭୂମିକା ନେବ । ଏହି ଜାତୀୟ ନିଯୁକ୍ତି ଜୋନର ଟିକସ ଛାଡ଼, ପୁଞ୍ଜି ସହାୟତା, ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଆଦି ସୁବିଧା କରାଯିବ । ଏହି ଜୋନ ଅଧିନରେ ୩୫ଟି ଶିଳ୍ପାଂଚଳକୁ ବିକଶିତ କରାଯିବ । ଏହି ସବୁ ଇଣ୍ଡଷ୍ଟ୍ରିଅଲ କ୍ଲଷ୍ଟରରେ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଆସବାବପତ୍ର, ଇଲେକଟ୍ରୋନିକ  ଉତ୍ପାଦନ ନିର୍ମାଣ ଆଧାରିତ କ୍ଲଷ୍ଟର ତିଆରି କରାଯିବ । ଯେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହେବେ ସେହିଭଳି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ । ଏହାକୁ ନେଇ ଜାହାଦ ମନ୍ତ୍ରଣାଳୟ ଏକ୍ସପ୍ରେଣ୍ଡିଚର ଫାଇନାନ୍ସ କମିଟିର ମଞ୍ଜୁରୀ ଲୋଡ଼ିଛି ।
ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ୧ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ । ପ୍ରତି ଜୋନ ପାଇଁ ୨୦୦୦ ଏକର ଲେଖାଏଁ ଜମି ଦରକାର ପଡ଼ିବ । ୧୪ଟି ଜୋନ ପାଇଁ ୨୮ ହଜାର ଏକର ଜମି ଲୋଡ଼ା ପଡ଼ିବ । ବିଭିନ୍ନ ଆନ୍ତଃମନ୍ତ୍ରଣାଳୟ ପରାମର୍ଶ ପରେ ଏ ପ୍ରକ୍ରିୟା ଆଗକୁ ବଢିବ । ସରକାରଙ୍କ ଏହି ଚିନ୍ତାଧାରାକୁ ବାସ୍ତବ ରୂପ ଦେବା ପାଇଁ ଜାହଦ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ମଧ୍ୟରେ କଥାବାର୍ତ୍ତା ଚାଲିଛି ।
 

14/09/2018

Leave a Reply

Your email address will not be published. Required fields are marked *

Comments