Bikash Khabar
ଦେଶର ୧୫ ପ୍ରତିଶତ ଓ ରାଜ୍ୟର ୬୦ ପ୍ରତିଶତ ଅଦାଲତ ରେ ନାହିଁ ମହିଳାଙ୍କ ପାଇଁ ଶୌଚାଳୟ

ଦେଶର ମୋଟ ୧୬ ହଜାର ଅଦାଲତ ମଧ୍ୟରୁ ୧୫ ପ୍ରତିଶତ ଅଦାଲତ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଥିବା ବେଳେ ଆମ ରାଜ୍ୟରେ ଏହାର ସ୍ଥିତି ଆହୁରି ଉଦବେଗଜନକ ଓଡ଼ିଶାରେ ୬୦ ପ୍ରତିଶତ କୋର୍ଟ ପରିସର ରେ ମହିଳାଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇନାହିଁ ବିଧି ସେଣ୍ଟର ଫର ଲିଗାଲ ପଲିସୀ ପକ୍ଷରୁ କରାଯାଇଥିବା ସର୍ଭେ ରୁ ଏଭଳି ତଥ୍ୟ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଗତବର୍ଷ ନଭେମ୍ବର ରେ ଅନ୍ୟୁନ ଜିଲ୍ଲା ଅଦାଲତ ଗୁଡିକରେ ଶୌଚାଳୟ ନିର୍ମାଣ ମରାମତି ପାଇଁ ସ୍ୱଚ୍ଛ ପରିଯୋଜନା ଆରମ୍ଭ କରାଯାଇଥିଲା।ଅଦାଲତ ପରିସର ରେ ମହିଳାଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ କ୍ଷେତ୍ର ରେ ଆନ୍ଧ୍ର ପ୍ରଦେଶ ସବୁଠୁ ପଛରେ ପଡିଛି। ଆନ୍ଧ୍ର ପ୍ରଦେଶ ରେ ୬୯ ପ୍ରତିଶତ ଅଦାଲତ ପରିସରରେ ଶୌଚାଳୟ ଥିବା ଜଣାଯାଇଛି। ଆସାମ ରେ ଏହି ସଂଖ୍ୟା ୫୯ ପ୍ରତିଶତ ରହିଛି ମିଜୋରାମ ରେ ୧୩ ପ୍ରତିଶତ ଅଦାଲତ ରେ ମହିଳାଙ୍କ ପାଇଁ ଶୌଚାଳୟ ଥିବା ବେଳେ ଝାରଖଣ୍ଡ ରାଜଧାନୀ ରାଞ୍ଚି ରେ ଉଭୟ ପୁରୁଷ ମହିଳା କାହାରି ପାଇଁ ହେଲେ ଶୌଚାଳୟ ନିର୍ମିତ ହୋଇନାହିଁ     

02/08/2019

Leave a Reply

Your email address will not be published. Required fields are marked *

Comments