Bikash Khabar
ପୁନେ, ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ୧୫୦ ଜରିମାନା

 ସଡ଼କ ଉପରେ ଛେପ ପକାଉଥିବା ଲୋକଙ୍କୁ ଶିକ୍ଷା ଦେବା ପାଇଁ ନଗର ନିଗମ କଠୋର ହୋଇଛି । ଯଦି କେହି ରାସ୍ତା ଉପରେ ଛେପ ପକାଏ ତେବେ ସେ ନିଜେ ଏହା ସଫା କରିବା ସହିତ ଦେଢ ଶହ ଟଙ୍କା ଜରିମାନା ଆଦାୟ କରାଯିବାର ନିଷ୍ପତ୍ତି ଶୁଣାଇଛି । ପୁନେ ମହାନଗର ନିଗମ ବର୍ଜ୍ୟ ପରିଚାଳନା ବିଭାଗର ମୁଖ୍ୟ ଜ୍ଞାନେଶ୍ୱର ମୋଳକ କହନ୍ତି ରାସ୍ତାରେ ଛେପ ପକାଉଥିବା ଲୋକଙ୍କୁ ଜରିମାନା ବାଧୁନଥିବା ଦୃଷ୍ଟିରୁ ତାଙ୍କ ଦ୍ୱାରା ସଡ଼କ ସଫେଇ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ବିଗତ ୮ ଦିନ ଧରି ପାଂଚୋଟି ୱାର୍ଡ଼ରେ ନମୁନାମୂଳକ ଭାବେ ଏଭଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇ ଆସୁଛି । ରାସ୍ତା ଉପରେ ଛେପ ପକାଇଥିବା ୧୫୬ ଲୋକଙ୍କୁ ଧରାଯିବା ସହ ଛେପ ସଫା କରାଯିବା ପାଇଁ କୁହାଯିବା ସହ ୧୫୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି । ଯେଉଁମାନେ ଛେପ ପକାଇ ନିଜେ ସଫା କରିଛନ୍ତି ସେମାନେ ଆଉ କେବେ ବି ଏଭଳି କାମ କରିବାକୁ ପସନ୍ଦ କରିବେ ନାହିଁ ବୋଲି ଜ୍ଞାନେଶ୍ୱର କହିଛନ୍ତି । 
 

12/11/2018

Leave a Reply

Your email address will not be published. Required fields are marked *

Comments