Bikash Khabar
ଭଦ୍ରଖ ଭଦ୍ରଖ -ମନରେଗାରେ ୧.୬୦ ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ମିଳିବ

ଲକଡାଉନ୍ ସ୍ଥିତିରେ ଜୀବନ ସୁରକ୍ଷା ସହ ଦୁର୍ବଳ ଶ୍ରେଣୀଙ୍କ ଜୀବିକାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି ବିଶେଷକରି ଜିଲାର ଦିନ ମଜୁରିଆ ଖଟିଖିଆ ଗରିବ ଏବେ ଘର ମୁହାଁ ହୋଇ ଜିଲାକୁ ଫେରୁଥିବା ବାହାର ରାଜ୍ୟ ଶ୍ରମିକଙ୍କୁ କାମ ଧନ୍ଦା ଯୋଗାଇ ଦେବାକୁ ପ୍ରଶାସନ ଆଗେଇ ଆସୁଛି ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟ ବେସରକାରୀ ନିର୍ମାଣ କାର୍ଯ୍ୟକୁ ପୁଣି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଗତ ୨୯.୦୪.୨୦ ତାରିଖରେ ଅନୁଷ୍ଠିତ ବୈଠକରେ ଜିଲାପାଳ ସବୁ ଲାଇନ୍ ଡିପାର୍ଟମେଣ୍ଟକୁ ଡକାଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ମୁଖ୍ୟତଃ ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର (ମନରେଗା) ଶ୍ରମ ଭିତ୍ତିକ କାର୍ଯ୍ୟକ୍ରମକୁ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସୂଚନାଯୋଗ୍ୟ ୨୦୨୦ ମନରେଗା ଯୋଜନାରେ ଲକ୍ଷ ୬୦ ହଜାର ଶ୍ରମ ଦିବସ ସୃଷ୍ଟି କରାଯିବା ପାଇଁ ଜିଲାରେ ଲକ୍ଷ୍ୟଧାର୍ଯ୍ୟ ରହିଛି ଏଥିପାଇଁ ଜିଲାର ଟି ବ୍ଲକ୍ରେ ୩୩୦୦ ପ୍ରକଳ୍ପ ପାଖକୁ ହାତକୁ ନିଆଯାଇଛି ବାସୁଦେବପୁର ବ୍ଲକ୍ରେ ୩୮୦ ପ୍ରକଳ୍ପର କାର୍ଯ୍ୟ କାରିତାରେ ୨୫ ହଜାର ଶ୍ରମ ଦିବସ ସୃଷ୍ଟି କରିବାର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଭଦ୍ରକ ବ୍ଲକ୍ରେ ୩୮୦ ପ୍ରକଳ୍ପ ପାଇଁ ୨୦ ହଜାର ଲୋକଙ୍କୁ କାମ ଯୋଗାଇ ଦିଆଯିବ ସେହିପରି ଭଣ୍ଡାରିପୋଖରୀ ୧୫୦ ପ୍ରକଳ୍ପ ପାଇଁ ୧୦ ହଜାର, ବନ୍ତରେ ୬୫୦ ପ୍ରୋଜେକ୍ଟ ପାଇଁ ୩୦ ହଜାର, ଚାନ୍ଦବାଲିରେ ୬୦୦ ପ୍ରକଳ୍ପ ଜରିଆରେ ୩୫ ହଜାର, ଧାମନଗରରେ ୪୫୦ ପ୍ରୋଜେକ୍ଟରେ ୨୦ ହଜାର ତିହିଡି ବ୍ଲକ୍ରେ ୪୫୦ ପ୍ରକଳ୍ପ ଜରିଆରେ ୨୦ ହଜାର ଲୋକଙ୍କୁ କାମଧନ୍ଦା ଯୋଗାଇ ଦିଆଯିବ ଗତ ଏପ୍ରିଲ ମାସରେ ଏହି ମନରେଗା ଯୋଜନାରେ ବାସୁଦେବପୁର ବ୍ଲକ୍ରେ କାର୍ଯ୍ୟକାରୀ ହୋଇଥିବା ୧୮୨ ଟି ପ୍ରକଳ୍ପ ଜରିଆରେ ୫୮ ହଜାର ୮୫୬ ଲୋକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉଥିବାବେଳେ ଭଦ୍ରକରେ ୪୮୬ ପ୍ରକଳ୍ପ ଜରିଆରେ ୭୭୩୩ ଲୋକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇଛି ଭଣ୍ଡାରିପୋଖରୀରେ ୧୦୫ ପ୍ରକଳ୍ପ କାର୍ଯ୍ୟକାରିତାରେ ୩୩୮୪, ବନ୍ତରେ ୬୩୧ ପ୍ରକଳ୍ପରେ ୧୧୦୭୦, ଚାନ୍ଦବାଲିରେ ୩୩୧ ପ୍ରକଳ୍ପରେ ୬୫୯୨, ଧାମନଗରରେ ୩୨୦ ପ୍ରକଳ୍ପରେ ୮୨୨୯ ତିହିଡି ବ୍ଲକ୍ରେ ୩୫୮ ପ୍ରକଳ୍ପ ଜରିଆରେ ୬୯୭୮ ଲୋକଙ୍କୁ ମିଶାଇ ମୋଟ ୨୪୧୩ ପ୍ରୋଜେକ୍ଟ ଜରିଆରେ ୫୨ ହଜାର ୮୪୨ ଜଣ ଲୋକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇଛି

09/05/2020

Leave a Reply

Your email address will not be published. Required fields are marked *

Comments