Bikash Khabar
ବାତ୍ୟା କ୍ଷତିଗ୍ରସ୍ତ ଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା

ସାମୁଦ୍ରିକ ବାତ୍ୟା ଫୋନି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ଘୋଷଣା କରିଛନ୍ତି ମରିଥିବା ଗାଈ ମଇଁଷି ପାଇଁ ୩୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ଛେଳି ପାଇଁ ୩ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ଗୁହାଳ ମରାମତି ନିର୍ମାଣ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦, ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ପନି ପରିବା ଚାଷୀଙ୍କୁ ଏକ ଲକ୍ଷ ମିନି କିଟ୍ଯୋଗାଇ ଦିଆଯିବ ପାନ ଚାଷୀଙ୍କୁ ୧୫ ହଜାରଟଙ୍କା ,ଛତୁଚାଷୀଙ୍କୁ ୪୦ ହଜାର ଟଙ୍କା , କଦଳୀ ଚାଷୀଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ମତ୍ସଜୀବୀଙ୍କୁ ଦରକାର ହେଲେ ନୂଆ ଡଙ୍ଗା ପାଇଁ ୪୦ ହଜାରଟଙ୍କା ନୂଆ ଜାଲ କିଣିବା ପାଇଁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ

ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାଙ୍କୁ ୧୦ ହଜାର ଟଙ୍କା (ଅତିରିକ୍ତ) , ଗୋଷ୍ଠୀଗତ ଅର୍ଥ ଲଗାଣ ପାଇଁ ଏକ ଲକ୍ଷ ଟଙ୍କା ଶୁଖିଲା ଖାଦ୍ୟ ତିଆରି କରୁଥିବା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ

ଆସନ୍ତା ରବି ଋତୁ ପାଇଁ ୩୩ ପ୍ରତିଶତ    କିମ୍ବା ଅଧିକ ଫସଲ ନଷ୍ଟ ହୋଇଥିବା ଜମିମାନଙ୍କରୁ ସମ୍ପୂର୍ଣ୍ଣ ଭାବେ ଖଜଣା ଛାଡ କରାଯିବ  ବୋଲି ଘୋଷଣା କରାଯାଇଛି

12/05/2019

Leave a Reply

Your email address will not be published. Required fields are marked *

Comments