Bikash Khabar
ଭାରତୀୟ ରେଳ କୁ ପୁରିଲା ୧୬୭ ବର୍ଷ,ପ୍ରଥମ ଟ୍ରେନ୍‌ରେ ଯାତ୍ରା କରିଥଲେ ୪୦୦ ଯାତ୍ରୀ

ଦୀର୍ଘ ୧୬୭ ବର୍ଷ ପୂର୍ବେ ଭାରତରେ ଯାତ୍ରୀବାହୀ ରେଳ ଗଡ଼ିବା ଆରମ୍ଭ ହୋଇଥିଲା। ୧୮୫୩ ଏପ୍ରିଲ୍ ୧୬ରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ମହାରାଷ୍ଟ୍ରର ବୋରି ବନ୍ଦର (ମୁମ୍ବାଇ ସିଏସ୍‌ଏମ୍‌ଟି)ରୁ ଥାନେକୁ ଗଡ଼ିଥିଲା। ସେହିଦିନ ଟ୍ରେନ୍‌ ପାଇଁ ୨୧ ତୋପ ସଲାମି ଦିଆଯାଇଥିଲା। ଦୀର୍ଘ ୧୬୭ ବର୍ଷ ପୂର୍ବେ ଭାରତରେ ଯାତ୍ରୀବାହୀ ରେଳ ଗଡ଼ିବା ଆରମ୍ଭ ହୋଇଥିଲା। ୧୮୫୩ ଏପ୍ରିଲ୍ ୧୬ରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ମହାରାଷ୍ଟ୍ରର ବୋରି ବନ୍ଦର (ମୁମ୍ବାଇ ସିଏସ୍‌ଏମ୍‌ଟି)ରୁ ଥାନେକୁ ଗଡ଼ିଥିଲା। ସେହିଦିନ ଟ୍ରେନ୍‌ ପାଇଁ ୨୧ ତୋପ ସଲାମି ଦିଆଯାଇଥିଲା। ପ୍ରଥମ ୧୪-କ୍ୟାରେଜ୍ ଯାତ୍ରୀବାହୀ ଯାନରେ ସାହିବ, ସିନ୍ଧ ଓ ସୁଲତାନ ନାମକ ତିନିଟି ବାଷ୍ପଚାଳିତ ଲୋକୋମୋଟିଭ୍ ଥିଲା। ପ୍ରଥମ ଟ୍ରେନ୍‌ରେ ୪୦୦ ଯାତ୍ରୀ ଯାତ୍ରା କରିଥଲେ। ସେହିଦିନ ଠାରୁ ଭାରତୀୟ ରେଳ ନିରବଚ୍ଛିନ୍ନ ଭାବେ ଭାରତବାସୀଙ୍କୁ ସେବା ଯୋଗାଇ ଦେଉଛି। ବିଶ୍ବର ସର୍ବବୃହତ ପରିବହନକାରୀ ଓ ନିଯୁକ୍ତିଦାତାର ମାନ୍ୟତା ହାସଲ କରିଥିବା ଭାରତୀୟ ରେଳ ଏବେ ଦୈନିକ ୨.୩ କୋଟି ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ଟ୍ରେନ୍ ଜରିଆରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି। ୧୮୫୩ ପୂର୍ବରୁ ଭାରତରେ ରେଳ ଭିତ୍ତିଭୂମି ବିକଶିତ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନଥିଲା। କରୋନା ଭୂତାଣୁ ସଂକ୍ରମଣ ଭୟ ଯୋଗୁଁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ସାରା ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବ ନାହିଁ। ଏଭଳି ଏକ ସମୟରେ ଭାରତୀୟ ରେଳର ୧୬୭ ବର୍ଷର ଗୌରବମୟ ଇତିହାସକୁ ମନେ ପକାଇବାର ସୁଯୋଗ ସୃଷ୍ଟି ହୋଇଛି।

19/04/2020

Leave a Reply

Your email address will not be published. Required fields are marked *

Comments