Bikash Khabar
ରାଜ୍ୟରେ ବିଚ୍ଛାଯିବ ୧୭୦୦ କିମି ପାଇପଲାଇନ, ପାଇପ ଜରିଆରେ ଗ୍ୟାସ ପାଇଁ ୪୫୦୦ କୋଟି ନିବେଶ

ପାଇପ ଜରିଆରେ ଗ୍ୟାସ ଯୋଗାଣ ପାଇଁ ପାଇପ ଲାଇନ ବିଚ୍ଛାଯିବ । ଏଥିପାଇଁ ଦେଶରେ ୭୦ ହଜାର କୋଟି ଟଙ୍କାର ନିବେଶ ମଧ୍ୟରୁ ଓଡ଼ିଶାରେ ୪୫୦୦ କୋଟି ଟଙ୍କାର ନିବେଶ ହେବ । ରାଜ୍ୟରେ ସମୁଦାୟ ୧୭୦୦ କିଲୋମିଟର ପାଇପ ଲାଇନ ବିଚ୍ଛାଯିବ ବୋଲି ଭୁବନେଶ୍ୱରଠାରେ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ତୈଳ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

ମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ଧାମରାରୁ ବାଲାଂଦେଶ ଓ ବାଲାଂଦେଶ ଦେଇ ମିଆଁମାରକୁ ପାଇପଲାଇନ ଜରିଆରେ ଯୋଡ଼ିବାକୁ ଯୋଜନା ହୋଇଛି । ପାରାଦୀପ-ହାଇଦ୍ରାବାଦ, ପାରାଦୀପ-ଧାମରା-ହଳଦିଆ ଓ ସୋମନାଥପୁର-ହଳଦିଆ ପାଇପଲାଇନ କାମ ଜାରି ରହିଛି । ସେହିପରି ପାରାଦୀପ ତୈଳ ବିଶୋଧନାଗାରର କ୍ଷମତା ବଢାଇବାକୁ ସରକାର ଯୋଜନା ରଖିଛନ୍ତି ଏବଂ ଏହି ପ୍ରକଳ୍ପରୁ ଚଳିତ ମାସରେ ପଲିପ୍ରୋପଲିନ ଉତ୍ପାଦନ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ଶିଳ୍ପ ସଂସ୍ଥାରେ ବ୍ୟବହାର ହୋଇଥିବା ଧାତବ ସାମଗ୍ରୀର ଅବକ୍ଷୟର ମୁକାବିଲା କିଭଳି କରାଯିବ ସେହି ଆଭିମୁଖ୍ୟ ନେଇ ଭୁବନେଶ୍ୱରରେ ତିନିଦିନ ବ୍ୟାପୀ ଆୟୋଜିତ ସମ୍ମିଳନୀରେ ମନ୍ତ୍ରୀ ପ୍ରଧାନ ପୂର୍ବ ଭାରତର ବିକାଶ ପାଇଁ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଆବଶ୍ୟକ ବୋଲି ଦର୍ଶାଇଥିଲେ । 
 

06/12/2018

Leave a Reply

Your email address will not be published. Required fields are marked *

Comments