Bikash Khabar
କୃଷି ଓଡ଼ିଶାରେ ଖୋଲିଛି ୧୮୦ଟି ମଣ୍ଡପ, ବୁଲି ବୁଲି ଆନନ୍ଦ ସହ ଜ୍ଞାନ ଆହରଣ କରୁଛନ୍ତି ଚାଷୀ

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି ପାଂଚ ଦିନିଆ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ । ଏଥିପାଇଁ ବଦଳି ଯାଇଛି ପଡ଼ିଆର ରୂପ ରେଖ । ପଡ଼ିଆ ପରିସରକୁ ଚମକ୍ରାର ଭାବେ ସଜ୍ଜା ଯାଇଛି । ପାରମ୍ପରିକ ପଦ୍ଧତିରେ ଚାଷ ପ୍ରଣାଳୀ, ଗୋପାଳନ, ଜଳସେଚନ ପ୍ରଣାଳୀ, ଯାନ୍ତ୍ରିକ କୃଷି ଆଦିକୁ ନେଇ ୧୮୦ଟି ପ୍ରଦର୍ଶନୀ ମଣ୍ଡପ ଖୋଲିଛି । ପ୍ରଦର୍ଶନୀ ମଣ୍ଡପ ଗୁଡ଼ିକୁ ଆକର୍ଷଣୀୟ ଭାବେ ସଜ୍ଜା ଯାଇଛି । କିଛି ସ୍ଥାନରେ ଛୋଟ ଛୋଟ ଚାଳ ଛପର ଘର ନିର୍ମାଣ କରାଯାଇ ପ୍ରଦର୍ଶନୀର ଶୋଭା ବୃଦ୍ଧି ପ୍ରତି ଧ୍ୟାନ ଦିଆଯାଇଛି । ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀ ଓ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇଛନ୍ତି ।

ଚାଷୀଙ୍କ ଆୟକୁ ବହୁଗୁଣିତ କରିବା, ଜୈବିକ କୃଷିର ଉନ୍ନତି ଘଟାଇବା, ମାଛ ଚାଷ, ଶୀତଳୀକରଣ ଓ ଗୋଦାମ ଗୃହ, କୃଷି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଓ ସୁଗନ୍ଧିତ ଦ୍ରବ୍ୟର ବଜାର ସଂଯୋଗୀକରଣ ଓ କୃଷି କ୍ଷେତ୍ରରେ ମହିଳାଙ୍କୁ ନେଇ ସ୍ୱତନ୍ତ୍ର ଆଲୋଚନାଚକ୍ରର ଆୟୋଜନ କରାଯାଉଛି । ରାଜ୍ୟର କିଛି ପ୍ରଗତିଶୀଳ ତଥା ସଫଳ ଚାଷୀ ଏଥିରେ ନିଜର ଅନୁଭବ ବିତରିତ କରିବେ । କୃଷି କ୍ଷେତ୍ରରେ ସଫଳତା ପାଇଥିବା ୧୨୦ ଜଣ ଚାଷୀଙ୍କୁ ସମ୍ମାନୀତ କରାଯିବାର ବ୍ୟବସ୍ଥା ରହିଛି ।

16/01/2019

Leave a Reply

Your email address will not be published. Required fields are marked *

Comments