Bikash Khabar
ଇଡ଼ଲି, ଦୋସା ବ୍ୟବସାୟରୁ ଶ୍ରମିକଙ୍କ ପୁଅ ଠିଆ କରାଇଦେଲେ ୧୮୨ କୋଟି ଟଙ୍କାର କମ୍ପାନୀ

ଚା ବଗିଚାରେ  କାମ କରୁଥିବା ଜଣେ ଶ୍ରମିକଙ୍କ ପୁଅ ନିଜ ଭାଗ୍ୟ ନିଜେ ବଦଳାଇବାର ସଂକଳ୍ପ ନେଇ ଆଜି ୧୮୨ କୋଟି ଟଙ୍କାର ବ୍ୟବସାୟିକ କାରବାର କରୁଥିବା ଏକ କମ୍ପାନୀ ଠିଆ କରାଇ ପାରିଛନ୍ତି ।
ଏ କାହାଣୀ ଆଇଡ଼ି ଫ୍ରେଶ ଫୁଡ୍ସ ପ୍ରାଇଭେଟ ଲିମିଟେଡ଼ର ମାଲିକ ପିସି ମୁସ୍ତଫା ଙ୍କର । ମୁସ୍ତଫା ଇଡ଼ଲି ଓ ଦୋସା ବ୍ୟବସାୟ ଆରମ୍ଭ କରି ଆଜି ଏଭଳି ଲକ୍ଷ୍ୟ ହାସଲ କରିପାରିଛନ୍ତି । ତାଙ୍କ କମ୍ପାନୀ ପ୍ରସ୍ତୁତ କରୁଥିବା ପ୍ୟାକେଟ ଫୁଡ଼୍ ବିଦେଶରେ ଲୋକପ୍ରିୟ ହୋଇପାରିଛି । କମ୍ପାନୀ ରେଡ଼ିଟୁ ୟୁଜ୍, ରେଡ଼ିଟୁ କୁକ୍, ପ୍ରଡ଼କ୍ଟର ବ୍ୟବସାୟ କରୁଛି । ଏହାର ଉତ୍ପାଦ ଦେଶର ୮୫୦୦ ଷ୍ଟୋରରେ ଉପଲବ୍ଧ ହେଉଛି ।
ପିସି ମୁସ୍ତଫା କେରଳର ଏକ ଛୋଟ ଗାଁରୁ ଜନ୍ମଲାଭ କରି ବଢିଛନ୍ତି । ତାଙ୍କର ପିତା ଅହମ୍ମଦ କଫି ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ । ତାଙ୍କ ପିତା ଚାହୁଁଥିଲେ ମୁସ୍ତଫା ମଧ୍ୟ ତାଙ୍କ ପରି କାମ କରୁ । ମୁସ୍ତଫା କିନ୍ତୁ ଭିନ୍ନ ସ୍ୱପ୍ନ ଦେଖୁଥିଲେ ।
୨୨ ହଜାର ଟଙ୍କାରେ ମୁସ୍ତଫା ନିଜର ଦୋସା ଓ ଇଡ଼ଲି ବ୍ୟବସାୟ ଆରମ୍ଭ କରିଥିଲେ । ୨୦୦୮ରେ ଭଡ଼ା ଘରେ ନେଇ ଆରମ୍ଭ କରିଥିଲେ ବେଷ୍ଟ ଫୁଡ଼ସ ପ୍ରାଇଭେଟ ଲିମିଟେଡ଼ ନାମକ କମ୍ପାନୀ । ପରେ ଏହାର ନାମ ବଦଳାଇ ଆଇଡ଼ି ସ୍ପେସଲ ଫୁଡ଼୍ ପ୍ରାଇଭେଟ ଲିମିଟେଡ଼ ରଖିଲେ । 
 

17/10/2018

Leave a Reply

Your email address will not be published. Required fields are marked *

Comments