Bikash Khabar
ଚାଷୀଙ୍କ ଆୟ ହେବ ଦି ଗୁଣା, ୫ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ହେବ ଜୈବିକ କୃଷି

ଦେଶର ଏକମାତ୍ର ରାଜ୍ୟ ଭାବେ ଗୋଟିଏ ଦଶନ୍ଧିରେ ଚାଷୀଙ୍କ ଆୟ ଓଡ଼ିଶାରେ ଦି ଗୁଣା ହୋଇଥିଲା । ଏବେ ପୁଣି ଚାଷୀମାନଙ୍କ ଆୟ ଦୁଇଗୁଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଦାବୀ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାବାର୍ଡ଼, ଜାତୀୟ ଲଘୁ ଶସ୍ୟ ଗବେଷଣା ପ୍ରତିଷ୍ଠାନ ଓ ଜାତୀୟ ବିହନ ନିଗମ ସହ ୩ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା, ଓଡ଼ିଶା ଜୈବିକ କୃଷି ନୀତି ଓ ଟାଫେର କଷ୍ଟମ ହାୟରିଙ୍ଗ ଆପର ଶୁଭାରମ୍ଭ କରିଥିଲେ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ଓ ଏମଏସଏମଇ କ୍ଷେତ୍ରରେ ନିବେଶ ପାଇଁ ଉଦ୍ୟୋଗୀମାନେ ଆଗେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ନାବାର୍ଡ଼ ଦ୍ୱାରା ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ରାଜ୍ୟର ଚାଷୀମାନେ ସଂଯୋଗୀକୃତ ହୋଇ ନିଜ ଉତ୍ପାଦର ବିପଣନ ଓ ପ୍ରକୃତ ମୂଲ୍ୟ ପାଇପାରିବେ । ୧୧ଟି ଆଦିବାସୀ ଜିଲ୍ଲାରେ ୧ଲକ୍ଷ ଚାଷୀ ଉପକୃତ ହେବା ଲକ୍ଷ୍ୟରେ ଓଡ଼ିଶା ଲଘୁ ଶସ୍ୟ ମିଶନ ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ । ଏ ଅବସରରେ ଓଡ଼ିଶା ଜୈବିକ କୃଷି ନୀତି ଉନ୍ମୋଚିତ ହୋଇଥିଲା । ଆଗାମୀ ୫ ବର୍ଷରେ ୨ଲକ୍ଷ ହେକ୍ଟର ଜମିରେ ଜୈବିକ କୃଷି କରାଯିବ । ଚାଷୀଙ୍କ ଦ୍ୱାର ମୁହଁରେ ସେବା ଯୋଗାଇ ଦେବାକୁ ଏକ ସ୍ୱତନ୍ତ୍ର ଆପ ମଧ୍ୟ ଉନ୍ମୋଚିତ ହୋଇଛି । 
 

14/11/2018

Leave a Reply

Your email address will not be published. Required fields are marked *

Comments