Bikash Khabar
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି, ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବଢିବ ୨ ଲକ୍ଷ ସିଟ୍

ସାଧାରଣ ବର୍ଗ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ଯୋଗାଇ ଦେବା ଲାଗି ଦେଶରେ ଥିବା ୧୫୮ଟି ଜାତୀୟ ଶିକ୍ଷାନୁଷ୍ଠାନରେ ୨ଲକ୍ଷରୁ ଅଧିକ ଅତିରିକ୍ତ ସିଟ୍ ସୃଷ୍ଟି କରାଯିବ । ସୋମବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥାକୁ  ଅନୁମୋଦନ କରାଯାଇଛି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କ୍ୟାବିନେଟରେ ପ୍ରସ୍ତାବ ଆଣିବା ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କ ଅନୁମତି ଲୋଡ଼ିଥିଲା । କ୍ୟାବିନେଟର ଅନୁମୋଦନ ଫଳରେ ଦୁଇବର୍ଷରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୨,୧୪,୭୬୬ ଅତିରିକ୍ତ ସିଟ୍ ସୃଷ୍ଟି କରାଯିବ ।
୧୫୮ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ସାଧାରଣ ବର୍ଗ ଗରିବଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ୪୩୧୫.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

16/04/2019

Leave a Reply

Your email address will not be published. Required fields are marked *

Comments