Bikash Khabar
ବିମାନବନ୍ଦର ପ୍ରାଧିକରଣ ଦେବ ୫ କୋଟି, କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ୨ଟି ମଡ଼୍ୟୁଲାର ଓଟି

ବିମାନବନ୍ଦର ପ୍ରାଧିକରଣ (ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ) ତାର କର୍ପୋରେଟ ସାମାଜିକ ଦାୟିତ୍ୱ ବା ସିଏସଆର ପାଣ୍ଠିରୁ ୫ କୋଟି ଟଙ୍କା କ୍ୟାପିଟାଲ ହସ୍ପିଟାଲକୁ ଯୋଗାଇ ଦେବ । ଏହି ପାଣ୍ଠିରେ କ୍ୟାପିଟାଲ ହସ୍ପିଟାଲରେ ୨ଟି ମଡ଼୍ୟୁଲାର ଓଟି ଖୋଲିବ ।

ଏବେ କ୍ୟାପିଟାଲ ହସ୍ପିଟାଲରେ ୨ଟି ଓଟି ରହିଛି । ଗୋଟିଏ ସାଧାରଣ ଓ ଅନ୍ୟଟି ସ୍ତ୍ରୀ ଓ ପ୍ରସୂତି ବିଭାଗର ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିବାରୁ ଅଧିକ ଓଟି ଖୋଲିବାର ଆବଶ୍ୟକତା ଥିଲା । ଏହା ସହ ଜଟିଳ ରୋଗର ଅପରେସନ ପାଇଁ ମଡ଼୍ୟୁଲାର ଓଟି ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ବିମାନବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଏ ଦିଗରେ ସହଯୋଗ ପାଇଁ ଆଗେଇ ଆସିଛନ୍ତି । କର୍ପୋରେଟ ସାମାଜିକ ଦାୟିତ୍ୱ ପାଣ୍ଠିରୁ ୫ କୋଟି ଟଙ୍କାରେ ଓଟି ନିର୍ମାଣ ହେଲେ ରୋଗୀମାନଙ୍କୁ ଆଉ ଅନ୍ୟତ୍ର ରେଫର କରିବାକୁ ପଡ଼ିବ ନାହିଁ । ଅତ୍ୟାଧୁନିକ ଯନ୍ତ୍ରପାତି ବାବଦରେ ୨ କୋଟି ଟଙ୍କା ଖର୍ଚ୍ଚ ହେବ ।

17/04/2019

Leave a Reply

Your email address will not be published. Required fields are marked *

Comments