Bikash Khabar
ପ୍ରଥମ ଦିନରେ ଆଦାୟ ହେଲା ୨ ଲକ୍ଷ ଜୋରିମାନା

ସଂଶୋଧିତ ମୋଟର ଯାନ ଆଇନ ବିଧିବଦ୍ଧ ଲାଗୁ ହେବାର ପ୍ରଥମ ଦିନରେ ସୋମବାର କମିସନରେଟ୍ପୁଲିସ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏଜି ଛକ ଟ୍ରାଫିକ୍ଥାନା ଚନ୍ଦ୍ରଶେଖରପୁର ଉଭୟ ମିଶି ୧ଲକ୍ଷ ୨୪ ହଜାର ଜରିମାନା ଆଦାୟ କରିଥିବା ବେଳେ ଦ୍ବୈତନଗରୀ(ଭୁବନେଶ୍ୱର-କଟକ) ଅନ୍ୟ ଥାନା ଅଞ୍ଚଳକୁ ହିସାବକୁ ନେଲେ ମୋଟ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଗତ ବର୍ଷକ ଭିତରେ, ଗୋଟିଏ ଦିନରେ ଆଦାୟ ହୋଇଥିବା ସର୍ବାଧିକ ଜରିମାନାକୁ ହିସାବକୁ ନେଲେ ଆଜିର ଜରିମାନା ଅର୍ଥ ଗୁଣ ଅଧିକ ହେବ ବୋଲି କୁହାଯାଉଛି। ବିନା ହେଲ୍ମେଟ୍ରେ ୧୧ ଜଣ, ମୋବାଇଲ୍ରେ କଥା ହୋଇ ୨ଜଣ, ସିଗ୍ନାଲ ଭାଙ୍ଗି ୫ଜଣ, ବିନା ଲାଇସେନ୍ସରେ ଗାଡ଼ି ଚଳାଇ ୬ଜଣ ଧରା ପଡ଼ିଛନ୍ତି। ସେହିଭଳି ତିନିଜଣିଆ ଗାଡ଼ିରେ ବସି ୫ଜଣ ତଣ୍ଡ ଗଣିଛନ୍ତି। ଏହା ଛଡ଼ା ବେଆଇନ ପାର୍କିଂ ଅନ୍ୟାନ୍ୟ ଅପରାଧରେ ଜରିମାନା ଆଦାୟ ହୋଇଛି। ମଦ୍ୟପ ଚାଳକ ଧରା ପଡ଼ି ନାହାନ୍ତି।କମିସନରେଟ୍ପୁଲିସ ବିଭିନ୍ନ ଜାଗାରେ କାର୍ବାଇକ୍ଯାଞ୍ଚ କରୁଥିବା ବେଳେ ଆରଟିଓ- ପକ୍ଷରୁ ଆଚାର୍ଯ୍ୟବିହାର ନିକଟରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଗୋଟିଏ ଗାଡ଼ିରୁ ୩୭ ହଜାର ୫ଶହ, ଆଉ ଗୋଟିଏ ଗାଡ଼ିରୁ ୧୭ହଜାର ଭଳି ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି। ଫଳରେ କୌଣସି ଗାଡ଼ି ଏତେଗୁଡ଼ାଏ ଜରିମାନା ଅର୍ଥ ନଗଦ ଦେଇ ପାରିନାହାନ୍ତି। ତାଙ୍କ ନାମରେ ସେଥିପାଇଁ ଚାଲାଣ କଟାଯାଇଛି। ନିର୍ଦ୍ଧାରିତ ସମୟରେ ସେମାନେ ଏହାକୁ ଦାଖଲ କରିବେ। ଆରଟିଓ ପକ୍ଷରୁ ଆଜି ୧୫ଟି ଚାଲାଣରେ ୨ଲକ୍ଷ ୧୦ହଜାର ଜରିମାନା ଆଦାୟ ହୋଇଛି।

03/09/2019

Leave a Reply

Your email address will not be published. Required fields are marked *

Comments