Bikash Khabar
ଜନଧନ ଯୋଜନାରେ ଯୋଡ଼ିହେଲେ ୨୦ ଲକ୍ଷ, ଖାତାଧାରୀଙ୍କ ସଂଖ୍ୟା ୩୨ କୋଟି ପାର

ସଂଶୋଧିତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ସେପ୍ଟେମ୍ବର ୫ ସୁଦ୍ଧା ଅତି କମରେ ୨୦ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି । ଖାତାଧାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୨.୬୧ କୋଟିରେ ପହଂଚି ଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।
ଏହି ମାସ ଆରମ୍ଭରୁ ସରକାର ଜନଧନ ଖାତାଧାରୀଙ୍କ ପାଇଁ ଓଭରଡ଼୍ରାଫ୍ଟ ସୁବିଧାକୁ ଦୁଇଗୁଣା କରିଦେବା ଆଦି ସଂଶୋଧନ କରାଇଥିଲେ । ଆନୁଷ୍ଠାନିକ ବ୍ୟାଙ୍କ ସେବା ପ୍ରତ୍ୟେକ ପରିବାରର ବୟସ୍କଙ୍କ ନିକଟରେ ପହଂଚୁ ଏହି ଲକ୍ଷ୍ୟ ନେଇ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା । ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ୩୧.୬୧ ପ୍ରଧାନମନ୍ତ୍ରୀ ଜନଧନ ଖାତାରେ ମୋଟ ୧,୨୬୬.୪୩ କୋଟି ଜମା ହୋଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି । ଖାତାଧାରୀଙ୍କ ପାଇଁ ବୀମା ରାଶି ଏକ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୪ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏବେ ୫୩ ପ୍ରତିଶତ ମହିଳା ଖାତାଧାରକ ଅଛନ୍ତି ଏବଂ ୮୩ ପ୍ରତିଶତ ଖାତା ଆଧାର ସହିତ ଯୋଡ଼ା ଯାଇପାରିଛି । 
 

16/09/2018

Leave a Reply

Your email address will not be published. Required fields are marked *

Comments