Bikash Khabar
ପ୍ରାକ ମୌସୁମୀ ବର୍ଷା ନୈରାଶ୍ୟଜନକ,ଦେଶର ୯୧ ପ୍ରମୁଖ ଜଳାଶୟରେ ରହିଛି ୨୦ ପ୍ରତିଶତ ଜଳ

ରାଜସ୍ଥାନ ଚୁରଟ ଜଳୁଛି ବିଗତ ତିନିଦିନ ହେଲା ଆକାଶରୁ ହେଉଛି ନିଆଁ ବର୍ଷା।କେବଳ ରାଜସ୍ଥାନ ନୁହେଁ ଦେଶର ପ୍ରମୁଖ ସହର ଗୁଡିକରେ ତାତିରୁ ତ୍ରାହି ମିଳୁନାହିଁ।ଏଭଳି ସ୍ଥଳେ ପ୍ରାକ ମୌସୁମୀ ବର୍ଷା ହେଵା ଆହୁରି ଚିନ୍ତା ବଢ଼ାଇଛି।ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଦେଶର ୯୧ ଟି ଜଳାଶୟରେ ମାତ୍ର ୨୦ ପ୍ରତିଶତ ଜଳ ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ ମେ ୩୦ ସୁଦ୍ଧା ଏହି ଜଳାଶୟ ଗୁଡ଼ିକର ଜଳଧାରଣ କ୍ଷମତା ସମ୍ପର୍କିତ ତଥ୍ୟ ଏଥିରେ ପ୍ରକାଶ ପାଇଛି। ଏବେ ଏହି ଜଳାଶୟ ଗୁଡ଼ିକରେ ମୋଟ ୩୧.୬୫ ଶହ କୋଟି କ୍ୟୁବିକ୍ମିଟର ଜଳ ରହିଛି। ପ୍ରାକ୍ମୌସୁମୀରେ ଅନିୟମିତତା ଯୋଗୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର,ମହାରାଷ୍ଟ୍ର, କର୍ନାଟକ, ଗୁଜରାଟ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ମରୁଡ଼ି ଦେଖାଦେଇଛି। ଚଳିତ ମୋସୁମୀରେ ଦେଶର ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ କମ୍ବର୍ଷ ହେବାର ଆଶଙ୍କ ଦେଖାଦେଇଛି। ଏବେ ମୌସୁମୀ ଉପରେ ଭରସା। ଚଳିତ ବର୍ଷ ଭଲ ବର୍ଷା ହେଲେ ଏହା ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରାଇବାକୁ ସକ୍ଷମ ହେବ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ କୁହାଯାଇଛି।

04/06/2019

Leave a Reply

Your email address will not be published. Required fields are marked *

Comments