Bikash Khabar
ଆଗାମୀ ବର୍ଷ ଆଣିବ ୧୦ ଲକ୍ଷ ନୁଆ ନିଯୁକ୍ତିର ସୁଯୋଗ

ନୁଆ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ୨୦୧୯ ଭଲ ଖବର ଆଣି ଆସୁଛି । ଆଗାମୀ ବର୍ଷ ପାଖାପାଖି ୧୦ ଲକ୍ଷ ନୁଆ ନିଯୁକ୍ତି ସୃଷ୍ଟି ହେବ ।

ମାନବ ସମ୍ବଳ ସେବା ପ୍ରଦାନକାରୀ ରେଡ଼ଷ୍ଟେଣ୍ଡ ଇଣ୍ଡିଆର ମୁଖ୍ୟ ପଲ୍ ଡ଼ୁୃ୍ୟଇସଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ସୂଚନା-ପ୍ରଯୁକ୍ତି କ୍ଷେତ୍ରରେ ଦୁଇବର୍ଷ ପରେ ନିଯୁକ୍ତିରେ ଉତ୍ସାହର ସ୍ଥିତି ସୃଷ୍ଟି ହେବ । ୨୦୧୬ ଓ ୨୦୧୭ରେ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜର କ୍ୟାମ୍ପସ ପ୍ଲେସମେଣ୍ଟ ନୈରାଶ୍ୟଜନକ ରହିବା ପରେ ୨୦୧୮ରେ ଅଧିକାଂଶ କ୍ୟାମ୍ପସ ପ୍ଲେସମେଣ୍ଟରେ ସକରାତ୍ମକ ସ୍ଥିତି ଦେଖିବାକୁ ମିଳିଛି । ଆଗାମୀ ବର୍ଷ ଏ ସ୍ଥିତିରେ ଅଧିକ ପରିବର୍ତ୍ତନ ଆସିବ । ୨୦୧୯ ବର୍ଷରେ ଖୁଚୁରା ଏବଂ ଏଫଏମସିଜି କ୍ଷେତ୍ରର ସ୍ଥିତି ଅଧିକ ଉନ୍ନତ ରହିବ ।
ଏମ୍ପ୍ଲୟବିଲିଟି ସଲ୍ୟୁସନର ନିର୍ଦ୍ଦେଶକ ସମିର ନାଗପାଲଙ୍କ ଅନୁଯାୟୀ ୨୦୧୯ରେ ୯ରୁ ୧୦ ପ୍ରତିଶତ ସାଲାରି ବୃଦ୍ଧି ଘଟିବ ଯାହା ଏସିଆ ଦେଶ ଗୁଡ଼ିକରେ ସବୁଠୁ ଅଧିକ ହେବ । ବିଶେଷଜ୍ଞଙ୍କ କହିବା କଥା ୨୦୧୮ରେ ରୋଜଗାର ବଜାର ପୁଣି ଥରେ ଧାରଣା ଉପରକୁ ଫେରିବ । ୮ରୁ ୧୦ ପ୍ରତିଶତ ଚାକିରିଆଙ୍କ ବେତନ ବୃଦ୍ଧି ସାଙ୍ଗକୁ ୨୦୧୯ର ପ୍ରଥମ ୬ ମାସ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ । ବ୍ୟାଙ୍କ, ସଫ୍ଟୱେୟାର ଓ ନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । 
 

24/12/2018

Leave a Reply

Your email address will not be published. Required fields are marked *

Comments