Bikash Khabar
୨୦ ହଜାର ୭୧୪ କୋଟି ଟଙ୍କାର କୃଷି ବଜେଟ

 ୨୦୧୩-୧୪ ଆର୍ଥିକ ବର୍ଷରେ କୃଷି ବଜେଟ୍ ଆକାର ଥିଲା ୭୧୬୨ କୋଟି ଟଙ୍କା ହେଲେ  ଚଳିତ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ବଜେଟ୍ପରିମାଣ୨୩.% ବୃଦ୍ଧି ପାଇ ୨୦ ହଜାର ୭୧୪ କୋଟି ଟଙ୍କାରେ ପହଂଚିଛି ଚଳିତ କୃଷି ବଜେଟ୍ରେ କାଳିଆଯୋଜନା ଉପରେ ଗୁରୁତ୍ବ ଦେଇ ୫୬୧୧ କୋଟିର ବ୍ୟୟବରାଦ କରିଛନ୍ତି ସରକାର। ଏହି ଯୋଜନାରେ ପୂର୍ବ ପ୍ରତିଶ୍ରୁତି ମୁତାବକ ଋଣ ନେଇ ପରିଶୋଧ କରୁଥିବା ଚାଷୀମାନଙ୍କ ନିମନ୍ତେ ବଡ଼ ଧରଣର ରିହାତି ଘୋଷଣା କରିଛନ୍ତି। ପୂର୍ବରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷିଋଣ ନେଲେ ଟଙ୍କାର ସୁଧ ବହନ କରିବାକୁ ପଡ଼ୁଥିଲା। ଏଥର ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷିଋଣମିଳିବ   ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ଉପସ୍ଥାପନ କରି ଏଭଳି ଘୋଷଣା କରିଛନ୍ତି   କାଳିଆ  ଯୋଜନାରେ ୭୫ ଲକ୍ଷ କୃଷକ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବଜେଟ୍ରେ ବ୍ୟୟବରାଦ କରାଯାଇଛି ବୋଲି ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର(ଡିବିଟି) କରାଯାଉଛି।ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ପ୍ରତି ବର୍ଷ ୧୫ ଲକ୍ଷ ମୃତ୍ତିକା ନମୁନା ସଂଗ୍ରହ ହେବ। .୧୨ ଲକ୍ଷ ହେକ୍ଟର ଜମିର ଉପଚାର କରାଯିବ। ପ୍ରାୟ ୬୭୦୦ ହେକ୍ଟର ପରିମାଣ ଜମିରେ ଜଳସେଚନ ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ଚଳିତ ବର୍ଷ ୨୧୮ କୋଟି ଟଙ୍କା ରଖାଯାଇଛି। ପରମ୍ପରାଗତ କୃଷି ବିକାଶେଯାଜନା ପାଇଁ ୩୧ କୋଟିର ବ୍ୟୟବରାଦ କରାଯାଇଛି ଜଳସେଚନ ଉପରେ ସରକାର ଗୁରୁତ୍ବାରୋପ କରୁଥିବା ଦର୍ଶାଇ ଅର୍ଥମନ୍ତ୍ରୀ କହିଲେ ଯେ ବିଗତ ବର୍ଷରେ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ୨୦୧୯-୨୦ ଆର୍ଥିକ ର୍ଷରେ ଅତିରିକ୍ତ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ତ୍ବରିତ ଜଳସେଚନ ସୁବିଧା ଯୋଜନାରେ ଜଳସେଚନ ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ୧୮୬୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ଅନ୍ୟାନ୍ୟ ନିର୍ମାଣାଧୀନ ନୂଆ ପ୍ରକଳ୍ପଗୁଡ଼ିକ ପାଇଁ ୧୫୬୫ କୋଟିର ବ୍ୟୟବରାଦ କରାଯାଇଛି।୧୨୪୭ କୋଟି ଟଙ୍କାର ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ଯୋଜନାରେ ଚଳିତ ବର୍ଷ ୧୦୦ କୋଟିର ବ୍ୟବସ୍ଥା ହୋଇଛି। ପୁରାତନ ସେଚ ପ୍ରକଳ୍ପଗୁଡ଼ିକର ଆଧୁନିକୀକରଣ ପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ବର୍ଷ ବ୍ୟୟବରାଦ ହୋଇଛି ୧୪୬ କୋଟି। ସେହିପରି ପାର୍ବତୀ ଗିରି ବୃହତ୍ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚଳିତ ବର୍ଷ ୧୭୭୭ କୋଟିର ବ୍ୟୟବରାଦ ହୋଇଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ଚଳିତ ବର୍ଷ ବ୍ୟୟବରାଦ ହୋଇଛି ୩୩୪ କୋଟି। ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୪୦୦ କୋଟି ବ୍ୟୟରେ ହଜାର ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟ ସ୍ଥାପନ କରାଯିବ  ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ବର୍ଷ ୨୭ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯିବ। ଏହି ଯୋଜନା ବାବଦରେ ରାଜ୍ୟ ସରକାର ବହନ କରିବେ ୪୦୦ କୋଟି। ସେହିପରି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରଥିବା ସେ କହିଥିଲେ। ରାଜ୍ୟର ୧୪ଟି ଜିଲ୍ଲାର ୭୨ଟି ବ୍ଲକ୍କୁ ରାଜ୍ୟ ମିଲେଟ୍ମିସନରେ ସାମିଲ କରାଯାଇଛି। ମାଣ୍ଡିଆ ଚାଷୀଙ୍କୁ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ବଜେଟ୍ରେ ୫୦ କୋଟି ବ୍ୟୟବରାଦ ହୋଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

 

29/06/2019

Leave a Reply

Your email address will not be published. Required fields are marked *

Comments