Bikash Khabar
୨୨ ବର୍ଷର ଆଦିତ୍ୟଙ୍କୁ ଗୁଗୁଲରୁ ଚାକିରୀ ଅଫର, ବର୍ଷକୁ ଦେବ କୋଟିଏ କୋଡ଼ିଏ ଲକ୍ଷ ଦରମା

  ୨୨ ବର୍ଷ ବୟସର ଜଣେ ଯୁବକଙ୍କୁ ଗୁଗୁଲ ଦେଇଛି ଏକ ଲୋଭନୀୟ ଅଫର । ବର୍ଷକୁ ଏକକୋଟି ୨୦ ଲକ୍ଷ ଟଙ୍କାର ଦରମା ସହ ଅନ୍ୟାନ୍ୟ ସୁବିଧା ଦେବ ବିଶ୍ୱର ଏହି ସର୍ବବୃହତ୍ତ ସର୍ଚ୍ଚ କମ୍ପାନୀ । କୋଟିଏ ଟଙ୍କାର ଦରମା ଓ ଅନ୍ୟାନ୍ୟ ସୁବିଧା ପାଉଥିବା ଏହି ଯୁବକଙ୍କ ନାମ ଆଦିତ୍ୟ ପାଲିୱାଲ । ସେ ଗୁଗୁଲର ନ୍ୟୁୟର୍କ ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ବିଭାଗରେ କାମ କରିବେ ।

ସଂପ୍ରତି ଆଦିତ୍ୟ ବେଙ୍ଗାଲୁରୁରେ ଟ୍ରିପଲ ଆଇଟିରେ ଇଣ୍ଟିଗ୍ରେଟେଡ଼୍ ଏମଟେକ୍ ପାଠ ପଢୁଛନ୍ତି । ଆଦିତ୍ୟଙ୍କ ଘର ମୁମ୍ବାଇରେ ହୋଇଥିବାବେଳେ ସେ ସାଇବର ନଗରୀ କୁହାଯାଉଥିବା ବାଙ୍ଗାଲୁରରେ ପାଠ ପଢୁଛନ୍ତି । ଗୁଗୁଲ ପକ୍ଷରୁ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉପରେ କରାଯାଇଥିବା ପରୀକ୍ଷାରେ ୬୦୦୦ ପିଲାଙ୍କ ମଧ୍ୟରୁ ଟପ୍ ୫୦ରେ ସ୍ଥାନ ପାଇଥିଲେ ଆଦିତ୍ୟ । ଜୁଲାଇ ୧୬ ତାରିଖ ଠାରୁ ସେ ଗୁଗୁଲର ନ୍ୟୁୟର୍କ କାର୍ଯ୍ୟାଳୟରେ ଯୋଗ ଦେବେ ।

09/07/2018

Leave a Reply

Your email address will not be published. Required fields are marked *

Comments