Bikash Khabar
ହକି ପାଇଁ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱରକୁ ଚାଲିବ ୨୩ଟି ନୂଆ ଏସି ଡ଼ିଲକ୍ସ ବସ

ଚଳିତ ମାସ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱ ପୁରୁଷ ହକି କପ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବିଗତ କିଛି ମାସ ଧରି ଚାଲିଛି ବ୍ୟାପକ ପ୍ରସ୍ତୁତି । ପରିବହନ ବିଭାଗ ମଧ୍ୟ ହକି ବିଶ୍ୱ କପରେ ନିଜର ଯୋଗଦାନ ଦେବା ପାଇଁ ଆଗକୁ ଆସିଛି । ବିଭାଗ ପକ୍ଷରୁ ୨୩ଟି ନୂଆ ଏସି ଡ଼ିଲକ୍ସ ବସ୍ ଚଳାଚଳ କରାଯିବାର ନିଷ୍ପତ୍ତି ହୋଇଛି । ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଭୁବନେଶ୍ୱରରୁ ଏହି ବସ୍ ଗୁଡ଼ିକ ଚଳାଚଳ କରିବ । ଏହି ବସ୍ ଗୁଡ଼ିକର ନାମ ରାଜଧାନୀ ଏକ୍ସପ୍ରେସ ରଖାଯାଇଛି ।

ଭୁବନେଶ୍ୱରରୁ ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟ ପର୍ଯ୍ୟନ୍ତ ଏହି ବସ୍ ଗୁଡ଼ିକ ଚଳାଚଳ କରିବ । ଏହି ବସରେ ଦୁଇଟି ସିସିଟିଭି କ୍ୟାମେରା ଏବଂ ଜିପିଏସ ଲାଗିବ । ଏକ ମାସ ମଧ୍ୟରେ ବିିଭାଗ ଏପରି ୧୦୦ଟି ନୂଆ ବସ୍ କିଣିବ । ପ୍ରତି ବସ୍ ପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେପଟେ ଭୁବନେଶ୍ୱର ମହାନଗରରେ ସିଟି ବସ ଚଳାଚଳ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଦୀପାବଳୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୬ ଠାରୁ ଏହି ବସ୍ ଚଳାଚଳ କରିବ । ମୋବାଇଲି ଆପ୍ ଜରିଆରେ ବସର ସମୟ ଜାଣିବା ସହିତ ଅଗ୍ରୀମ ଟିକେଟ ବୁକିଂ କରିହେବ । ବସ କେଉଁ ଷ୍ଟପରେ ଅଛି ଜାଣି ହେବ । 
 

03/11/2018

Leave a Reply

Your email address will not be published. Required fields are marked *

Comments