Bikash Khabar
୮ ବର୍ଷର ବିଧାୟକ ହେବେ ସମ୍ବର୍ଦ୍ଦିତ : ପ୍ରଭାତ ବିଶ୍ୱାଳ, ପ୍ରମିଳା ମଲିକଙ୍କ ସମେତ ୨୪ ବିଧାୟକଙ୍କୁ ମିିଳିବ ଶ୍ରେଷ୍ଠ ବିଧାୟକ ପୁରସ୍କାର

 ଭୁବନେଶ୍ୱର, ଜୁଲାଇ ୦୭(ଖବର ଓଡ଼ିଶା) : ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ୨୪ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି । ୨୦୦୯ ଠାରୁ  ୨୦୧୬ ମସିହା ପର୍ଯ୍ୟନ୍ତ ୮ ବର୍ଷର ବିଧାୟକଙ୍କୁ ଏହି ପୁରସ୍କାର ପାଇଁ ବଚ୍ଛାଯାଇଛି । ସେମାନଙ୍କ ମଧ୍ୟରୁ ୮ଜଣ ପୂର୍ବତନ, ୮ ଜଣ ବର୍ତ୍ତମାନର ଏବଂ ୮ଜଣ ନବାଗତ ବିଧାୟକଙ୍କୁ ନୀଳକଣ୍ଠ ସମ୍ମାନ, ଉତ୍କଳ ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ଆଦି ତିନୋଟି ବର୍ଗରେ ସମ୍ମାନୀତ କରାଯିବ । ନୀଳକଣ୍ଠ ସମ୍ମାନ ବର୍ଗରେ ୨୦୦୯ ବର୍ଷ ପାଇଁ ବିଷ୍ଣୁଚରଣ ଦାସ, ୨୦୧୦ପାଇଁ ଅରୁଣ କୁମାର ସାହୁ, ୨୦୧୧ ପାଇଁ ପ୍ରଭାତ ରଞ୍ଜନ ବିଶ୍ୱାଳ, ୨୦୧୨ ପାଇଁ ଡାକ୍ତର ପ୍ରଫୁଲ ମାଝୀ, ୨୦୧୩ ପାଇଁ ଅମର ପ୍ରସାଦ ଶତପଥୀ, ୨୦୧୪ ପାଇଁ ପ୍ରମିଳା ମଲ୍ଲିକ, ୨୦୧୫ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ୨୦୧୬ ପାଇଁ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାମ ରହିଛି । ସେହିପରି ଉତ୍କଳମଣି ଗୋପବନ୍ଧୁ ସମ୍ମାନ ବର୍ଗରେ ସଞ୍ଜୟ କୁମାର ଦାସବର୍ମା, ପ୍ରୀତିରଞ୍ଜନ ଘଡ଼େଇ, ସମୀରରଞ୍ଜନ ଦାଶ, ପ୍ରଶାନ୍ତ କୁମାର ମୁଦୁଲି, ବିଜୟ ମହାନ୍ତି , ଡ଼ା ରାସେଶ୍ୱରୀ ପାଣିଗ୍ରାହୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରଦୀପ ପୁରୋହିତଙ୍କୁ ଚୟନ କରାଯାଇଛି । ମଧୁସୂଦନ ସମ୍ମାନ ବର୍ଗରେ ସୁରେନ୍ଦ୍ରନାଥ ନାୟକ, ବିମ୍ବାଧର କୁଅଁର, ନିତ୍ୟାନନ୍ଦ ପ୍ରଧାନ, ଉମେଶ ଚନ୍ଦ୍ର ସ୍ୱାଇଁ, ବିକ୍ରମ କେଶରୀ ବର୍ମା, ରାଜେନ୍ଦ୍ର ତୋଲକିଆ, ସୁରେନ୍ଦ୍ର ପରମାଣିକ ଓ ଚକ୍ରଧର ପାଇକଙ୍କୁ ଯଥାକ୍ରମେ ୨୦୧୦ରୁ ୨୦୧୬ ବର୍ଷର ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରଦାନ କରାଯିବ । 

07/07/2018

Leave a Reply

Your email address will not be published. Required fields are marked *

Comments