Bikash Khabar
ଜଳସଙ୍କଟ ଥିବା ଅଞ୍ଚଳରେ ଜନ ସଚେତନତା ପାଇଁ ନିୟୋଜିତ ହେବେ ୨୫୦ ଅଧିକାରୀ

ସାରା ଦେଶରେ ପିଇବା ପାଣିର କଷ୍ଟରୁ ମୁକୁଳିବା ପାଇଁ ଏବଂ ଜଳ ସଂରକ୍ଷଣ ଦିଗରେ ଜନ ସଚେତନତା ପାଇଁ କେନ୍ଦ୍ର ସରକାର ଜଳ ସଙ୍କଟ ଥିବା ଅଞ୍ଚଳରେ ୨୫୦ ଅଧିକାରୀଙ୍କୁ ନିଯୁକ୍ତି ଦେବେ ଅଧିକାରୀ ମାନେ ଲୋକଙ୍କ ସହ ବସି ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ଜଳମାଳ ବ୍ୟବସ୍ତା ଅନୁଧ୍ୟାନ ପୂର୍ବକ ବର୍ଷାଜଳ ଅମଳ ଭିତ୍ତିଭୂମି ନିର୍ମାଣ ଦିଗରେ ସହଯୋଗ କରିବେ ୨୦୧୪ ସୁଦ୍ଧା ଦେଶର ପ୍ରତ୍ୟେକ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ପ୍ରତ୍ୟେକ ଗ୍ରାମକୁ ପିଇବା ପାଣିର ନିଶ୍ଚିତତା ଦେବାକୁ ହେଲେ ପ୍ରତି ଗାଁରେ ବର୍ଷା ଜଳ ଅମଳ ଭିତ୍ତିଭୂମି ନିର୍ମାଣ ସହିତ ଜଳ ସଂରକ୍ଷଣ ଜରୁରୀ ଦେଶର ମୋଟ ବର୍ଷା ଜଳ ମଧ୍ୟରୁ ୭୦ ପ୍ରତିଶତ ବର୍ଷ ଋତୁରେ ହୋଇଥାଏ ତେଣୁ ଏହି ମାସ ବର୍ଷାଜଳ ଅମଳ ପ୍ରତି ଦୃଷ୍ଟିଦେବାକୁ ଏଭଳି ୨୫୦ ଅଧିକାରୀ ଜଳ ସଙ୍କଟ ଥିବା ଅଞ୍ଚଳରେ ଜଳ ଅମଳ ଉପାୟ କୁ ଫୋକ୍ସ କରିବେ ନୀତି ଆୟୋଗ ଙ୍କ ତଥ୍ୟ ଅନୁଯାୟୀ ଏବେ ଆମ ଦେଶରେ ପ୍ରତିବର୍ଷ ଲକ୍ଷ ଲୋକ ସ୍ୱଚ୍ଛ ଜଳ ଅଭାବରୁ ମୃତ୍ୟୁବରଣ କରିଥାନ୍ତି

02/07/2019

Leave a Reply

Your email address will not be published. Required fields are marked *

Comments