Bikash Khabar
ଗୁଜୁରାଟ,ଶନିବାର ଷ୍ଟାଚ୍ୟୁ ଅଫ ୟୁନିଟ୍ ଦେଖିଲେ ୨୭ ହଜାର ଦର୍ଶକ

ଗୁଜୁରାଟର ନର୍ମଦା ଜିଲ୍ଲାରେ ନବ ନିର୍ମିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟକୁ ଶନିବାର ରେକର୍ଡ଼ ସଂଖ୍ୟକ ପର୍ଯ୍ୟଟକ ବୁଲି ଦେଖିଛନ୍ତି । ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିବା ପର ଠାରୁ ଏହା ସର୍ବାଧିକ ସଂଖ୍ୟକ ଆଗମନ ବୋଲି ଜଣାପଡ଼ିଛି ।

ସର୍ଦ୍ଦାର ସରୋବାର ଡ଼୍ୟାମ ସନ୍ନିକଟରେ ନିର୍ମିତ ଏହି ଷ୍ଟାଚ୍ୟୁର ଉଚ୍ଚତା ୧୮୨ ମିଟର ଏବଂ ଏହା ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ । ଷ୍ଟାଚ୍ୟୁ ଭିତରେ ଥିବା ଗ୍ୟାଲେରୀ ଗୁଡ଼ିକୁ ବୁଲି ଦେଖିବା ପାଇଁ ଉଚ୍ଚକ୍ଷମତା ସଂପନ୍ନ ଲିଫ୍ଟ ବ୍ୟବସ୍ଥା କରାଯାଇଛି ଏବଂ ଏଥିରେ ଦିନକୁ ୫ ହଜାର ଦର୍ଶକ ଯାଇପାରିବେ । ୧୩୫ ମିଟର ଉଚ୍ଚତାରେ ଥିବା ଗ୍ୟାଲେରିକୁ ଏକାଧିକ୍ରମେ ୨୦୦ ଦର୍ଶକ ବୁଲି ଦେଖିପାରିବେ । ନର୍ମଦା ଜିଲ୍ଲାପାଳ ଆରଏସ ନିନମାଙ୍କ ସୂଚନା ଅନୁଯାୟୀ ଶନିବାର ଦିନ ୨୭ ହଜାର ପର୍ଯ୍ୟଟକ ଏଠାକୁ ବୁଲି ଆସିଥିବାବେଳେ ରବିବାର ଏ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି । ଷ୍ଟାଚ୍ୟୁ ବୁଲି ଦେଖିବା ପାଇଁ ପ୍ରବେଶିକା ଦେୟ ୩୫୦ ଟଙ୍କା ରଖାଯାଇଛି ତେବେ ୩ରୁ ୧୫ ବର୍ଷର ପିଲାଙ୍କ ପାଇଁ ଏହାର ଦେୟ ୨୫୦ ଟଙ୍କା ରହିଛି । 
 

11/11/2018

Leave a Reply

Your email address will not be published. Required fields are marked *

Comments