Bikash Khabar
ଲିଙ୍ଗିପୁର-ଶିଖରଚଣ୍ଡି ମଧ୍ୟରେ ଚାଲିବ ୨୯ ବସ୍

ପୁରୁଣା ଭୁବନେଶ୍ୱର ସହ ଯୋଡ଼ି ହେବ ନୂଆ ଭୁବନେଶ୍ୱର । ମନ୍ଦିରମାଳିନୀ ପୁରୁଣା ଭୁବନେଶ୍ୱରରୁ ଆଜିଠାରୁ ମୋ ବସର ନୁଆ ରୁଟରେ ବସ୍ ସେବା ଉପଲବ୍ଧ ହେବ । ରୁଟ ନଂ-୧୧ ଅନ୍ତର୍ଗତ ଲିଙ୍ଗିପୁରରୁ-ଶିଖରଚଣ୍ଡି ମଧ୍ୟରେ ୨୯ଟି ବସ ଚାଲିବ ଏବଂ ଏସବୁ ବସ୍ ୪୯ଟି ବସ୍ ଷ୍ଟପରେ ରହଣୀ କରିବ ।

ୠିଙ୍ଗିପୁର-ଶିଖରଚଣ୍ଡି ମଧ୍ୟରେ ଦୈନିକ ପ୍ରାୟ ୧୫ ହଜାର ଲୋକ ଯିବା ଆସିବା କରୁଥିବାବେଳେ ଏହି ରୁଟରେ ପ୍ରତି ୮ ମିିନିଟ୍ ଏବଂ ଭିଡ଼ ସମୟରେ ୧୫ ମିନିଟରେ ଗୋଟିଏ ଲେଖାଏ ବସ ଆସିବ ବୋଲି ସିଆରୟୁଟି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ପାଖାପାଖି ୧୨୫ଟି ମୋ ବସ୍ ଚାଲୁଥିବାବେଳେ ବାକି ବସ୍ ଡ଼ିସେମ୍ବର ସୁଦ୍ଧା ଆସିଯିବ । ମୋ ବସ୍ ସେବା ଦ୍ୱାରା ନିମ୍ନ ବେତନଭୋଗୀ କର୍ମଚାରୀ, ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । 
 

30/11/2018

Leave a Reply

Your email address will not be published. Required fields are marked *

Comments