Bikash Khabar
ବିଧାୟକ ମନୋହର ରାନ୍ଧାରୀ ଙ୍କ ଚାଷ କାମ କୁ ଉପରାଷ୍ଟ୍ରପତି କଲେ ପ୍ରଶଂସା,ବିଧାୟକ କହିଲେ ଯୁବ ପିଢ଼ି ଚାଷପ୍ରତି କୁଣ୍ଠିତ ହୁଅନ୍ତୁ ନାହିଁ

ତିନି ତିନି  ଥର ବିଧାୟକ। ହେଲେ ଚାଷ ଖେତ କୁ ଏବେ ବି ଦେଉଛନ୍ତି ପ୍ରାଥମିକତା ବର୍ଷକୁ ଅନ୍ୟୂନ ଦୁଇ ମାସ ଧାନବିଲରେ ଚାଷକାମ କରୁଥିବା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ବିଧାୟକ ମନୋହର ରାନ୍ଧାରୀଙ୍କୁ ପ୍ରଶଂସା କରିଛନ୍ତି  ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। କହିଛନ୍ତି ଏହା ଅନେକ ଙ୍କ ପାଇଁ  ପ୍ରେରଣାଦାୟୀ। ଡାବୁଗାଁ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ୪୫ ବର୍ଷିୟ ବିଜୁ ଜନତା ଦଳ ବିଧାୟକ ରାନ୍ଧାରୀ କହନ୍ତି, ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠିତ ହେବା ଅନୁଚିତ ଏବେ ଧାନଗଛ ପାଇଁ ପାଗଯୋଗ ଅନୁକୂଳ ଥିବାରୁ ସେ ପୂଜାରୀପଡ଼ା ଗାଁରେ ଥିବା ତାଙ୍କ ବିଲରେ ତଳି ରୁଆ କାମ ଶେଷ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ନିମନ୍ତେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ ଡାକରା ଆସିବା ପୂର୍ବରୁ  ରୁଆ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଚାଷୀ ବିଧାୟକ ଚାଷ ମୋର ବେଉସା ହୋଇଥିବା ବେଳେ ବିଧାୟକତ୍ବମୋ ପାଇଁ ଜନସେବାର ମାଧ୍ୟମ ପରିବାର ରେ ଏକମାତ୍ର  ପୁଅ ଭାବେ ପିଲାଟି ଦିନରୁ ମୁଁ ଚାଷକାମରେ ବାପାଙ୍କୁ ସାହାଯ୍ୟ କରି ଆସୁଛି। ଗତବର୍ଷ ପିତାଙ୍କ  ଦେହାନ୍ତ ହୋଇଯିବାରୁ ଚାଷବାସ ଭାର ମୋ କାନ୍ଧରେ ପଡ଼ିଲା ୨୦୧୯ରେ ଡାବୁଗାଁ ବିଧାୟକ ହେବା ପୂବର୍ରୁ ୨୦୦୯ ୨୦୧୪ରେ ନବରଙ୍ଗପୁରର ଦୁଇଥର ବିଧାୟକ ହୋଇଥିବା ରାନ୍ଧାରୀଙ୍କର ପୂଜାରୀପଡ଼ା, କେଶରୀଗୁଡ଼ା ଏବଂ ଭାଟିଗାଁ ଅଞ୍ଚଳରେ ୨୫ ଏକର ଧାନ ବିଲ ଅଛି। ସେ କହନ୍ତି, ବିଶେଷତଃ ଟ୍ରାକ୍ଟର୍ଯୋଗେ ମୁଁ ଜମି ଚଷେ। ଯେଉଁଠାକୁ ଟ୍ରାକ୍ଟର୍ଯାଇପାରିବ ନାହିଁ, ସେଠାରେ ହଳବଳଦ ନେଇ ଚାଷ କରେ।

19/08/2020

Leave a Reply

Your email address will not be published. Required fields are marked *

Comments