Bikash Khabar
କେନ୍ଦ୍ରାପଡା ରେ ନିର୍ମାଣ ହେବ ୩୦ ବାତ୍ୟା ଆଶ୍ରୟ ସ୍ଥଳ ,ଖର୍ଚ୍ଚ ହେବ ୬୦ କୋଟି

 କେନ୍ଦ୍ରାପଡ଼ା ଜିଲ୍ଲାର  ବାତ୍ୟା ଦୃଷ୍ଟିରୁ ସମ୍ବେଦନଶୀଳ ୩୦ଟି ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ। ପ୍ରତ୍ୟେକ ଆଶ୍ରୟସ୍ଥଳ ବାବଦରେ ଖର୍ଚ୍ଚ ହେବ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ  ବାତ୍ୟା ସ୍ଥିତିର ସମୀକ୍ଷା କରିବା ସହ ବିଭିନ୍ନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଉପକୂଳ ଅଞ୍ଚଳ ବାତ୍ୟାପ୍ରବଣ ପ୍ରାୟ ପ୍ରତି ବର୍ଷ ବାତ୍ୟା ଦ୍ବାରା  ବ୍ୟାପକ ଅଂଚଳ କ୍ଷତିଗ୍ରସ୍ତ ହୋଇଥାଏ। ମୁଖ୍ୟମନ୍ତ୍ରୀ ବାତ୍ୟାଂଚଳର ପ୍ରତ୍ୟେକ ଯୋଗ୍ୟ ବାସିନ୍ଦା ସହାୟତା ରୁ ଯେଭଳି ବଂଚିତ ହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେଇଥିଲେ

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଣ୍ତିଆନ୍, ଫନି ମୁକାବିଲା ପାଇଁ ନିଯୁକ୍ତ ନୋଡାଲ ଅଫିସର ତଥା ଜଳ ସମ୍ପଦ ବିଭାଗ ଶାସନ ସଚିବ ପ୍ରଦୀପ କୁମାର ଜେନା, ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଆରକ୍ଷୀ ଅଧୀକ୍ଷକ ନିତି ଶେଖର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିେର୍ଦ୍ଦଶକ ଦିଲ୍ଲୀପ କୁମାର ପରିଡ଼ା, ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ଜରୁରୀ ଅଧିକାରୀ ସମ୍ବିତ କୁମାର ଶତପଥୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାରମାନେ ଉପସ୍ଥିତ ଥିଲେ।

17/05/2019

Leave a Reply

Your email address will not be published. Required fields are marked *

Comments