Bikash Khabar
୩୦% କମିଲା ସିବିଏସ୍‌ଇ ପାଠ୍ୟକ୍ରମ

 କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ସିବିଏସ୍(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ସିଲାବସ୍ତଥା ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି। ହ୍ରାସ ପାଉଥିବା ସିଲାବସ୍ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ। ଇଣ୍ଟରନାଲ ଆସେସମେଣ୍ଟ କିମ୍ବା ବାର୍ଷିକ ପରୀକ୍ଷାରେ ବାଦ୍ପଡ଼ିଥିବା ବିଷୟଗୁଡ଼ିକ ପଡ଼ିବ ନାହିଁ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସିବିଏସ୍ଇର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡ଼ାକୁ ୩୦ ପ୍ରତିଶତ ହ୍ରାସ କରାଯିବ। ପିଲାଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ। ଅତିରିକ୍ତ ୩୦% ବିଷୟ ପାଠ୍ୟଖସଡ଼ାରୁ ବାଦ ଦିଆଯିବ। ପାଠ୍ୟଖସଡ଼ା ହ୍ରାସ ସମ୍ପର୍କରେ ବିଚାର କରିବାକୁ ସିବିଏସ୍ଇକୁ କୁହାଯାଇଥିଲା। ଏନେଇ ଗଠିତ କମିଟି ଆଲୋଚନା ପରେ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଉପରେ ସୃଷ୍ଟି ହୋଇଥିବା ଚାପକୁ ଦୂର କରିବା ପାଇଁ ସିଲାବସ୍ରୁ ୩୦% ବିଷୟକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସିଲାବସ୍ରେ କେତେ ପ୍ରତିଶତ ହ୍ରାସ କରାଯିବ କେଉଁ ବିଷୟ ରହିବ, ସେକଥା ଜାଣିବା ପାଇଁ ସାରା ଦେଶର ଶିକ୍ଷାବିତ୍ଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ୧୫୦୦ରୁ ଅଧିକ ପ୍ରସ୍ତାବକୁ ଦୃଷ୍ଟିରେ ରଖି ୩୦% ସିଲାବସ୍ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ସିବିଏସ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦେଶ ତଥା ବିଶ୍ୱରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। କୋମଳମତି ଛାତ୍ରଛାତ୍ରୀଯେପରି ଆକ୍ରାନ୍ତ ହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବାକୁ ପଡ଼ିଛି। ଶ୍ରେଣୀ ଗୃହ ଶିକ୍ଷା ପ୍ରଭାବିତ ହୋଇଛି। ତେଣୁ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ୍ୟଖସଡ଼ା ସଂଶୋଧନ କରିବାକୁ ୨୦୨୦-୨୧ ସିବିଏସ୍ ଏକାଡେମିକ୍ଅଧିବେସନରେ ନିଷ୍ପତ୍ତି ନିଆଯାଇଛି।

08/07/2020

Leave a Reply

Your email address will not be published. Required fields are marked *

Comments