Bikash Khabar
ରାଜଧାନୀରେ ମହିଳାଙ୍କୁ ସୁରକ୍ଷା ଦେବେ ମହିଳା,ନିୟୋଜିତ ହେଲେ ୩୦୦ ସ୍ୱତନ୍ତ୍ର ମହିଳା ଅଧିକାରୀ

 ଏଣିକି ରାଜଧାନୀରେ ମହିଳାଙ୍କୁ ସୁରକ୍ଷା ଦେବେ ମହିଳା। ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମହିଳା ସ୍ପେଶାଲ ପୋଲିସ ଅଫିସର(ଏସ୍ପିଓ) ଗଠନ କରାଯାଇଛି। ଗୁରୁବାର  ଏହି ଏସ୍ପିଓମାନେ ଦାୟିତ୍ୱ ନେଇଛନ୍ତି ଏଥିପାଇଁ ପ୍ରାୟ ୩୦୦ଜଣ ମହିଳା ଯୁବତୀ କମିଶନରେଟ୍ବିଲ୍ଡିଂରେ ବିଧିବଦ୍ଧ ଭାବେ ନିଯୁକ୍ତି ପାଇଛନ୍ତି ଏହି ଏସପିଓମାନେ ନିଜ ନିଜ ଘରୋଇ ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନରେ ଘଟୁଥିବା ଅସଦାଚରଣ ନିର୍ଯାତନା ଘଟଣାରେ ରୋକ ଲଗାଇବା ନେଇ କାର୍ଯ୍ୟ କରିବା ସହ ପୋଲିସକୁ ସହାୟତା କରିବେ। ପୋଲିସ କମିଶନର . ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ କମିଶନରେଟ୍ବିଲ୍ଡିଂରେ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି ଏହି ଅବସରରେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ଏସ୍ପିଓଙ୍କୁ ଟି-ସାର୍ଟ ପ୍ରଦାନ କରାଯାଇଛି ସୂଚନାଯୋଗ୍ୟ, ବିଭିନ୍ନ କଲେଜର ଛାତ୍ରୀ ବ୍ୟବସାୟିକ ପ୍ରତିଷ୍ଠାନ ମହିଳାଙ୍କ ଉପରେ ବଢ଼ୁଥିବା ନିର୍ଯାତନା ଉପରେ ରୋକ ଲଗାଇବା ନେଇ ପୂୂର୍ବରୁ କମିଶନରେଟ୍ପୋଲିସ ଏହି ନିଷ୍ପତ୍ତିି ନେଇଥିଲା। ଗତ ଡିସେମ୍ବର ୧୬ରେ ନେଇ ୪୮ଟି ସଂସ୍ଥାକୁ ଚିଠି ଲେଖିଥିଲେ। ଏସ୍ପିଓ ପଦବୀ ପାଇଁ କର୍ମଚାରୀଙ୍କୁ ଚିହ୍ନଟ କରି ଏକ ତାଲିକା ଦେବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଥିଲା। ବୁଧବାର ଅପରାହ୍ନ ସୁଦ୍ଧା ପ୍ରାୟ ୩୫ଟି ସଂସ୍ଥାର ୨୫୦ରୁ ଊର୍ଦ୍ଧ୍ୱ ମହିଳା କର୍ମଚାରୀ ଛାତ୍ରୀଙ୍କ ତାଲିକା ପୋଲିସର ହସ୍ତଗତ ହୋଇଥିଲା

02/01/2020

Leave a Reply

Your email address will not be published. Required fields are marked *

Comments