Bikash Khabar
୫୫ ଟଙ୍କାରେ ମିଳିବ ମାସକୁ ୩ ହଜାର ପେନସନ, ଫେବୃଆରୀ ୧୫ଠାରୁ ଆରମ୍ଭ ହେଉଛି ଏହି ସରକାରୀ ଯୋଜନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ପେନସନ ଯୋଜନା ଆଜିଠାରୁ ଅର୍ଥାତ ଫେବୃଆରୀ ୧୫ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନାର ଲାଭ ଅସଂଗଠିତ କ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ମିଳିବ । ଯେଉଁମାନେ ଘରୋଇ ସେବା, ଡ଼୍ରାଇଭର ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, ସଫେଇ କର୍ମଚାରୀ ଓ ବିଡ଼ି ଶ୍ରମିକ ଭାବେ ଜୀବିକାର୍ଜନ କରୁଛନ୍ତି ସେହି ମାନଙ୍କୁ ଏହି ସରକାରୀ ପେନସନ ଯୋଗାଇ ଦିଆଯିବ । ମାସିକ ୧୫ ହଜାର ଟଙ୍କାରୁ କମ୍ ଆୟକାରୀଙ୍କୁ ଏହି ପେନସନ ଯୋଜନାରେ ସାମିଲ କରାଯିବ । 

ଆବେଦନକାରୀଙ୍କ ନିକଟରେ ବ୍ୟାଙ୍କ ସଂଚୟଖାତା ଓ ଆଧାରକାର୍ଡ଼ ରହିବା ଜରୁରୀ । ବ୍ୟକ୍ତି ୧୮ ବର୍ଷରୁ କମ୍ ହୋଇନଥିବ କିମ୍ବା ୪୦ ବର୍ଷରୁ ଅଧିକ ହୋଇନଥିବା ଉଚିତ । ଯଦି ୧୮ ବର୍ଷରୁ ଜଣେ ଏହି ଯୋଜନାରେ ସାମିଲ ହେବ ତେବେ ମାସକୁ ୫୫ ଟଙ୍କା ଏବଂ ୪୦ ବର୍ଷ ପରେ ଏହି ଯୋଜନା ଆରମ୍ଭ କରୁଥିବା ବ୍ୟକ୍ତିଙ୍କୁ ପ୍ରତି ମାସ ୨୦୦ ଟଙ୍କା ଜମା କରିବାକୁ ହେବ । ୬୦ ବର୍ଷ ହେଲା ପରେ ମାସକୁ ୩ ହଜାର ଟଙ୍କାର ପେନସନ ମିଳିପାରିବ ।

15/02/2019

Leave a Reply

Your email address will not be published. Required fields are marked *

Comments