Bikash Khabar
ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଜନ୍ମ ନେଲେଣି ୩୭ ଶିଶୁ,ନବଜାତକ ଙ୍କୁ ରେଳବାଇ ଦେବ ୫ ହଜାର ଲେଖାଏଁ ଉପହାର

 ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଅନ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ୩୭ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ଗତକାଲି ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୩୬ ଜଣ ଶିଶୁ ଜନ୍ମ ନେଇଥିବା ବେଳେ ଆଜି ଓଡ଼ିଶାରେ ଆଉ ଜଣେ ଜନ୍ମ ନେଇଛି। ଏହାକୁ ମିଶାଇ ଏବେ ସୁଦ୍ଧା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ଓଡ଼ିଶାର ୩ଟି ଶିଶୁ ଜନ୍ମ ନେଇଛନ୍ତି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେସାଲ ଟ୍ରେନ୍ରେ ୩ଟି ଶିଶୁ ଜନ୍ମ ନେଇଥିବାରୁ ଅଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି। ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ନବଜାତ ଶିଶୁ ବଲାଙ୍ଗୀର ଜିଲ୍ଲାର। ରେଳପଥ ପକ୍ଷରୁ ଉଭୟ ନବଜାତକ ସେମାନଙ୍କ ମାଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରଯାଇଛି। ତିନିଟି ଶିଶୁ ମଧ୍ୟରୁ ଦୁଇଟି ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିବା ବେଳେ ଗୋଟିଏ ବଲାଙ୍ଗୀରରେ ଜନ୍ମ ନେଇଛି। ଏଭଳି ଖୁସି ଖବର ପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଆଜି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ଜନ୍ମ ନେଉଥିବା ନବଜାତକ ଶିଶୁଙ୍କୁ ରେଲୱେର ଅଧିକାରୀମାନେ ବ୍ୟକ୍ତିଗତ କିମ୍ବା ସ୍ବେଚ୍ଛାକୃତ ଭାବେ ଉପହାର ପ୍ରଦାନ କରିବେ। ନିଜେ ବିଦ୍ୟାଭୂଷଣ ଆଜି ନବଜାତ ଶିଶୁଙ୍କ ପାଖକୁ ପାଞ୍ଚ ହଜାର ଟଙ୍କାର ଉପହାର ପଠାଇଛନ୍ତି। ଭବିଷ୍ୟତରେ ଏହି ଟ୍ରେନ୍ରେ ଯଦି ଶିଶୁ ଜନ୍ମ ନିଅନ୍ତି, ତେବେ ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ବେଚ୍ଛାକୃତ ଭାବେ ଉପହାର ଦେବେ ବୋଲି ସେ କହିଛନ୍ତି।

06/06/2020

Leave a Reply

Your email address will not be published. Required fields are marked *

Comments