Bikash Khabar
ଜାତୀୟ ସାହସିକତା ପୁରସ୍କାର, ଓଡ଼ିଶାରୁ ୪

ଜାତୀୟ ଶିଶୁ କଲ୍ୟାଣ ପରିଷଦ ଦ୍ୱାରା ଘୋଷିତ ଜାତୀୟ ପୁରସ୍କାର ୨୦୧୮ ତାଲିକା ପ୍ରକାଶ ପାଇଛି ଏଥିରେ ସମୁଦାୟ ୨୧ ଜଣ ବାଳକ ବାଳିକା ସ୍ଥାନ ପାଇଛନ୍ତି । ଚଳିତ ମାସ ୨୨ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୮ ଜଣ ବାଳିକା ଓ ୧୩ ଜଣ ବାଳକଙ୍କୁ ଜାତୀୟ ସାହସିକତା ପୁରସ୍କାର ୨୦୧୮ରେ ପୁରସ୍କୃତ କରିବେ । ସାହସିକତା ପୁରସ୍କାର ପାଉଥିବା ଏହି ବାଳକ ବାଳିକାଙ୍କ ମଧ୍ୟରେ ଓଡ଼ିଶାରୁ ୨ଜଣ ବାଳକ ଓ ବାଳିକା ରହିଛନ୍ତି ।

ସେମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା, ଇଛାପୁରର ୧୨ ବର୍ଷର ବାଳକ ବିଶ୍ୱଜିତ ପୁହାଣ, କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଇନ୍ଦିରାଗାଁର ୧୫ ବର୍ଷ ବୟସ୍କ ସିତୁ ମଲ୍ଲିକ, କଳାହାଣ୍ଡି ଜିଲ୍ଲା ନାକରୁଣଡ଼ି ଅଂଚଳର ୧୨ ବର୍ଷର ରଞ୍ଜିତା ମାଝୀ ଓ ସୁବର୍ଣ୍ଣପୁର ତରଭା ଅଂଚଳର ୮ ବର୍ଷିୟା ଝିଲି ବାଗ । ଏହା ସହିତ ୧୫ ବର୍ଷିୟ ବାଳକ ସିତୁ ମଲ୍ଲିକ ସମ୍ମାନଜନକ ବାପୁ ଗାଇଧାନୀ ପୁରସ୍କାର ପାଇବେ । ସିତୁ ନିଜ ଦାଦାଙ୍କୁ କୁମ୍ଭୀର ମୁହଁରୁ ଟାଣି ଆଣି ରକ୍ଷା କରିଥିବାବେଳେ ବିଶ୍ୱଜିତ ଜଣେ ୫ ବର୍ଷର ଝିଅ ମାମୁନିକୁ ବୁଡ଼ିଯାଉଥିବା ଅବସ୍ଥାରେ ରକ୍ଷା କରିଥିଲେ । କଳାହାଣ୍ଡିର ରଞ୍ଜିତା ନିଜ ବାଲ୍ୟବିବାହକୁ ସାହସିକତାର ସହ ରୋକିଥିଲେ । ଝିଲି ବାଗ ୨୫ ଫୁଟ କୂଅକୁ ଡ଼େଇଁ ନିଜ ଭଉଣୀ ମିଲି ବାଗକୁ ଉଦ୍ଧାର କରିଥିଲେ । ଓଡ଼ିଶାର ଏହି ସାହାସୀ ବାଳକ ବାଳିକାମାନେ ବିମାନ ଯାତ୍ରା କରି ଦିଲ୍ଲୀ ପହଂଚିଛନ୍ତି ।

19/01/2019

Leave a Reply

Your email address will not be published. Required fields are marked *

Comments