Bikash Khabar
ହେଲମେଟ ନ ପିନ୍ଧି ଯାଇଛି ୪୩.୬୦୦ ଜୀବନ

ନୂଆ ଟ୍ରାଫିକ୍ନିୟମ ଜୋରିମାନା ଆଦାୟକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି। କିଛି ରାଜ୍ୟ ନୂଆ ଟ୍ରାଫିକ୍ନିୟମ ଲାଗୁ କରିବାକୁ ମଧ୍ୟ ଚାହୁଁନାହାନ୍ତି। ତେବେ ଟ୍ରାଫିକ୍ଉଲ୍ଲଙ୍ଘନର ଭୟଙ୍କର ସ୍ଥିତି ହୋଇପାରେ, ତାହା ୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣା ତଥ୍ୟ ବୟାନ କରୁଛି। ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୧୮ରେ ୪୩,୬୦୦ ଜଣ ବିନା ହେଲମେଟ୍ରେ ଗାଡ଼ି ଚଳାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୭ରେ ବିନା ହେଲମେଟ୍ରେ ୩୫,୯୭୫ ଜଣଙ୍କ ଜୀବନ ଯାଇଥିଲା ବାଇକ୍ପଛରେ ବିନା ହେଲମେଟ୍ରେ ବସିଥିବା ଲୋକଙ୍କ ମୃତ୍ୟୁସଂଖ୍ୟା ୧୫,୩୬୦। ଏଥିରୁ ସ୍ପଷ୍ଟ ଯେ କେବଳ ବାଇକ୍ଚାଳକ ନୁହନ୍ତି, ପଛରେ ବସୁଥିବା ବ୍ୟକ୍ତିବିଶେଷମାନେ ମଧ୍ୟ ହେଲମେଟ୍ପିନ୍ଧିବା ଜରୁରୀ। କେନ୍ଦ୍ର ସରକାର ନୂଆ ଆଇନ୍ରେ ଏହି ବ୍ୟବସ୍ଥା କରିଛନ୍ତି।ଗାଡି ଚାଳକ ଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି   କିନ୍ତୁ ଗୁଜରାଟ ଝାରଖଣ୍ଡ ଭଳି ରାଜ୍ୟ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଛନ୍ତି। ବିନା ହେଲମେଟ୍ରେ ଗାଡ଼ି ଚଳାଇ ଉତ୍ତର ପ୍ରଦେଶରେ ସର୍ବାଧିକ ହଜାର ୨୦ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୁଜରାଟରେ ବିନା ହେଲମେଟ୍ରେ ଗାଡ଼ି ଚଳାଇ ୯୫୮ଙ୍କ ଜୀବନ ଯାଇଥିବା ବେଳେ ବିନା ହେଲମେଟ୍ରେ ପଛରେ ବସିଥିବା ବ୍ୟକ୍ତିଙ୍କ ମୃତ୍ୟୁସଂଖ୍ୟା ୫୬୦ ରହିଛି। ଝାରଖଣ୍ଡରେ ଏହି ସଂଖ୍ୟା ଯଥାକ୍ରମେ ୭୯୦ ୪୫୦। ମହାରାଷ୍ଟ୍ରରେ ବିନା ହେଲମେଟ୍ରେ ଗାଡ଼ି ଚଳାଇ ,୨୩୨ ତାମିଲନାଡୁରେ ୫୦୪୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

17/09/2019

Leave a Reply

Your email address will not be published. Required fields are marked *

Comments